Best Crime News: 43 ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଜଣ ଗିରଫ

0
66
43 ଲକ୍ଷ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୭/୦୭) : 43 ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କଲା ବୌଦ୍ଧ ପୋଲିସ । ଫ୍ଲିପକାର୍ଟ ରେ କାମ କରି ଅର୍ଥ ଠକେଇ କରିଥିଲେ ।

43 ଲକ୍ଷ ଟଙ୍କାର ଅନଲାଇନ ଠକେଇ- କଣ୍ଟାମାଳ ଓ ବାଉଁଶୁଣି ଥାନାରେ ଅଭିଯୋଗ ପରେ ଚଢ଼ାଉ କରି ଧରିଲା ପୋଲିସ ଏ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ବୌଦ୍ଧ, ଅନଗୁଳ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଫ୍ଲିପକାର୍ଟ କମ୍ପାନୀର ବିତରଣ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ବିଭିନ୍ନ ଉପାୟରେ ପ୍ରାୟ ୪୩ ଲକ୍ଷ ଟଙ୍କା ଗାଏବ କରି କମ୍ପାନୀକୁ ପଇଠ କରିନଥିଲେ ।

କମ୍ପାନୀ ପକ୍ଷରୁ ଏ ନେଇ ବାଉଁଶୁଣୀ, କଣ୍ଟାମାଳ , କିଶୋରନଗର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏ ନେଇ ଏକ ଟିମ ଗଠନ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସଂପୃକ୍ତ ୩ ଯୁବକଙ୍କୁୁ ଗିରଫ କରିଛି । ଏହା ସହିତ ସେମାନଙ୍କ ଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କରିବା ସହିତ ୩ ଟି ମୋବାଇଲ, ଦୁଇଟି ବାଇକ, ଗୋଟିଏ ଲାପଟପ ଜବତ କରିଛି । ଗିରଫ ୩ ଜଣ ହେଲେ ନୟାଗଡ ଜିଲ୍ଲା ର ସୁନିଲ ପ୍ରିୟରଂଜନ ପାଲ, ଖୋର୍ଦ୍ଧାର ଆଶିଷ ରଂଜନ ପ୍ରଧାନ ଏବଂ ବାଲେଶ୍ୱର ଜିଲ୍ଲା ର ବ୍ୟୋମକେଶ ଗିରି । ସାମ୍ବାଦିକ ସମ୍ମିଳନୀରେ କଣ୍ଟାମାଳ ଥାନା ଅଧିକାରୀ ନଳିନୀ କାନ୍ତ ଦାସ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।