1. Best Crime News: ବ୍ୟାଙ୍କ ପରିଚାଳକ ନିଜେ ନୋମିନୀ, ଲକ୍ଷ, ଲକ୍ଷ ଟଙ୍କା ଦୁର୍ନୀତି : ଅଭିଯୁକ୍ତ କୁ ଗିରଫ ଦାବି 

0
73
ବ୍ୟାଙ୍କ ପରିଚାଳକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୦୭) : ବ୍ୟାଙ୍କ ପରିଚାଳକ କୁ ଗିରଫ ଦାବି- ସାଧାରଣ ସୁରକ୍ଷିତ ଭାବେ ନିଜ ଅର୍ଜିତ ଟଙ୍କା, ସୁନା ଅଳଙ୍କାର ଆଦି ବ୍ୟାଙ୍କ୍ ରେ ଜମା ରଖିବାକୁ ସରକାରୀ ଭାବେ କୁହାଯାଉଛି ।WhatsApp Image 2023 07 16 at 20.57.41 1. Best Crime News: ବ୍ୟାଙ୍କ ପରିଚାଳକ ନିଜେ ନୋମିନୀ, ଲକ୍ଷ, ଲକ୍ଷ ଟଙ୍କା ଦୁର୍ନୀତି : ଅଭିଯୁକ୍ତ କୁ ଗିରଫ ଦାବି 

ଲୋକଙ୍କ ବିଶ୍ୱାସ ରେ ବିଷ ଭଳି ଜଣେ ଷ୍ଟେଟ ବ୍ୟାଙ୍କ ପରିଚାଳକ ପାଞ୍ଚଶହ କି ଏକ ହଜାର ନୁହେଁ ଲକ୍ଷାଧିକ ଟଙ୍କା ହେର, ଫେର କରି ଦେଇ କୋଟି ପତି ସାଜି ଥିବା ବେଳେ ଏବେ ସର୍ବସ୍ବାନ୍ତ ହୋଇ ଅନେକ ଲୋକେ ଭାଗ୍ୟକୁ ଆଦରିବା ଘଟଣା ନଜରକୁ ଆସିଛି । ପ୍ରକାଶ ଯେ, ଟିଟିଲାଗଡ ଥାନା ଅନ୍ତର୍ଗତ ସୀରୁଲ ଗ୍ରାମରେ ନେପାଲ ସାହୁ ନାମକ ଜଣେ ବ୍ୟକ୍ତି ଷ୍ଟେଟ ବ୍ୟାଙ୍କ ପରିଚାଳକ ଭାବେ କେନ୍ଦ୍ର ଖୋଲି ଉକ୍ତ ଶାଖା ରେ ଦାଦନ ଶ୍ରମିକ ଭାବେ ଖଟି ଯାଉଥିବା ତଥା ଦିନ ମଜୁରିଆ ଭାବେ କାମ କରି ତାଙ୍କ ସଞ୍ଚିତ ଅର୍ଥ ଜମା କରୁଥିଲେ । ହେଲେ ନିରକ୍ଷର ତଥା ସରଳତା ର ସୁଯୋଗ ନେଇ ଅନେକ ଲୋକଙ୍କ ଅର୍ଜିତ ଅର୍ଥ ହଡପ କରିଦିଆ ଯାଇଛି । ପ୍ରାୟ ଚାରି ରୁ ପାଞ୍ଚ ବର୍ଷ ଧରି ଏହି ଭଳି ଭୂଆଁ ବୁଲେଇ ଆସିଥିବା ଓ ଏହି ଅଭିଯୋଗ ନେଇ ଥାନା ରେ ଏତଲା ଦେଲେ ଓଲଟା ପୋଲିସ ମୋଟା ଅଙ୍କର କାରବାର କରି ଘଟଣା ଚପେଇ ଆସୁଥିଲା ।

ଏପରିକି ଯଦି ୫୦ ହଜାର ହଡ଼ପ ଅଭିଯୋଗ ଥିଲେ ୨୫ ହଜାର ନେଇ ଉକ୍ତ ହିତାଧିକାରୀକୁ ଫେରେଇ ଦେଇ ଆସୁଥିବା ନଜିର ରହିଛି । ପ୍ରକାଶ ଯେ, ଟିଟିଲାଗଡ ଥାନା ରେ ଉକ୍ତ ନେପାଲ ସାହୁ ପୋଲିସକୁ ହାତ କରି ଏହି ବେଆଇନ୍ କାର୍ଯ୍ୟକରି ଆସୁଥବା ଲିଖିତ ଅଭିଯୋଗ ହୋଇଛି । ବିଭିନ୍ନ କାଗଜ ପତ୍ରରେ ଦସ୍ତଖତ, ଟିପଚିହ୍ନ ନେଇ ଯାଇ ତଥା ନୋମିନି ରହି ଠକେଇ କରି ଆସୁଥିବା ଜଣାଯାଇଛି । ପ୍ରକାଶ ଯେ, ଟିଟିଲାଗଡ ଥାନା ଅନ୍ତର୍ଗତ ବେଲପଦର ଗ୍ରାମର ଜଗବନ୍ଧୁ ମାଝୀ ନାମକ ଜଣେ ଦିନ ମଜୁରୀଆ ଭାବେ ରୋଜଗାର କରୁଥିବା ବ୍ୟକ୍ତି ତାଙ୍କ ସ୍ତ୍ରୀ ଚନ୍ଦ୍ରା ମାଝୀ ଙ୍କ ବ୍ୟାଙ୍କ୍ ଖାତା, ସଂଖ୍ୟା-୩୫୮୬୯୦୦୨୬୧୪ ରେ ୫୦ ହଜାର ଟଙ୍କା ନଗଦ ଜମା କରିବାକୁ ଦେଇ ଥିବା ଓ ତାଙ୍କ ଝିଅ ଙ୍କ ବ୍ୟାଙ୍କ ଖାତା ସଂଖ୍ୟା, ୩୬୧୫୭୬୮୯୭୧୦ ରେ ନଗଦ ୩୫ ହଜାର ଟଙ୍କା କରିବାକୁ ଦେଇ ଥିଲେ ।

ହେଲେ ଆଧାର ଲିଙ୍କ୍, ନେଟ ଫେଲ ଆଦି ଆଳରେ ଦିନ ଗଡ଼େଇ ଚାଲୁଥିବା ବେଳେ ପରେ ଜମା ନ କରି ନିଜେ ସବୁ ଟଙ୍କା ହଡ଼ପ କରିଦେଇ ଥିବା ଜାଣିବାକୁ ପାଇଥିଲେ । ସେ ଉକ୍ତ ଟଙ୍କା ଆଜି, କାଲି ଓ ଅନଲାଇନ ରେ ଅନ୍ୟତ୍ର ଚାଲି ଯାଇଛି ମୁଁ କଣ କରିବି ବୋଲି କହିବା ନେଇ ଲିଖିତ ଅଭିଯୋଗ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଙ୍କିତା କୁମ୍ଭାର ଙ୍କ ନିକଟରେ ଜଣେଇଛନ୍ତି । ସେହିପରି ଉକ୍ତ ବେଲପଦର ଗ୍ରାମ ର ଗଜରାଜ ପୁଟେଲ ନାମକ ଜଣେ ବ୍ୟକ୍ତି ଙ୍କ ପିତା ଙ୍କ ବ୍ୟାଙ୍କ ଖାତା ସଂଖ୍ୟା, ୧୧୧୬୩୨୫୪୭୭୬ ରୁ ତିନି ଲକ୍ଷ ପଞ୍ଚସ୍ତରୀ ଟଙ୍କା ହଡ଼ପ କରିବା ନେଇ ଅନୁରୂପ ଭାବେ ଲିଖିତ ଅଭିଯୋଗ କରିଛନ୍ତି ।

ପୂର୍ବରୁ ଥାନାରେ ଉକ୍ତ ଗଜରାଜଙ୍କ ତାଙ୍କ ନିଜ ବ୍ୟାଙ୍କ୍ ଖାତା ରୁ ୩୫ ହଜାର ଠକେଇ କରି ନେଇଥିବା ଟିଟିଲାଗଡ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏତଲା ରୁଜ୍ଜୁ ନ କରି ମାତ୍ର ୧୫ ହଜାର ଟଙ୍କା ଦେଇ ଫେରେଇ ଦେଇଥିଲେ । ଏହି ଭଳି ଠକେଇ ଉକ୍ତ ଅଭିଯୁକ୍ତ ଆଖ,ପାଖ ଗ୍ରାମାଞ୍ଚଳର ସହ ,ସହ ଲୋକଙ୍କ ଠାରୁ ଠକେଇ କରିଥିବା ବେଳେ ଏହି ଘଟଣା କୁ ଗୁରୁତର ଭାବେ ସବିଶେଷ ତଦନ୍ତ କଲେ ଅନେକ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।