2 ଜଣ ଉଦ୍ଧାର, ଜଣେ ନାବାଳକ ନିଖୋଜ- Shocking News

0
59
2 ଜଣ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂପୁର, (୧୭/୦୭) : 2 ଜଣ ଉଦ୍ଧାର-ପାଣି ଉଠାଉଥିବାବେଳେ ନଦୀରେ ଭାସିଗଲେ ୩ ଜଣ କାଉଡ଼ିଆ । ଏଭଳି ଏକ ଅଘଟଣ ରବିବାର ସନ୍ଧ୍ୟାରେ ଘଟିଛି ।

2 ଜଣ ଉଦ୍ଧାର-ଜଗତସିଂହପୁର ଜିଲ୍ଲା ଦେବୀ ନଦୀ ଆଳିପିଙ୍ଗଳସ୍ଥିତ କେତକିଶ୍ବର ଘାଟରେ ଏହି ଅଘଟଣ ଘଟିଛି । ୩ ଜଣ କାଉଡ଼ିଆଙ୍କ ମଧ୍ୟରୁ ୨ ଜଣ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛି । ନିଖୋଜ କାଉଡ଼ିଆ ୧୪ ବର୍ଷୀୟ ବାଳକ ଓ ତାର ନାମ ଭୋଳା ପ୍ରଧାନ । ସମସ୍ତ କାଉଡ଼ିଆଙ୍କ ଘର ରଘୁନାଥପୁର ବିଦ୍ୟାଧରପୁର ଗ୍ରାମପଞ୍ଚାୟତର ବୋଲି ଜଣାପଡିଛି । ଏମାନେ ଘାଟରେ ବୁଡି ଯିବାର ଦେଖି ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୧୨ ଘଣ୍ଟା ମିଳୁନି ଭୋଳାଙ୍କ ଶବ । ଆଶା ଆଶଙ୍କାରେ ପରିବାର । ଏଵେ ମା ପୁଅ ଜଗତସିଂହପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଵେଳେ ଉଭୟଙ୍କ ଅଵସ୍ଥା ସ୍ଥିର ରହିଛି ।