1. Best Crime News: CGL ପ୍ରଶ୍ନପତ୍ର ଲିକ୍‌ ସନ୍ଦେହରେ ଚଢ଼ାଉ

0
66
CGL

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୭/୦୭) : ୧୦ ଲକ୍ଷରେ ବିକ୍ରି ହେଉଛି ଚାକିରି । ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଲିକ୍‌ ସନ୍ଦେହରେ ବାଲେଶ୍ବର ପୋଲିସ ଚଢ଼ାଉ କରିଛି । ୮୮ ପରୀକ୍ଷାର୍ଥୀ, ୭ ଦଲାଲ, ଗୋଟିଏ ବସ୍‌, ୫ରୁ ଅଧିକ ବୋଲେରୋକୁ ଅଟକ ରଖିଛନ୍ତି ।

CGL ପ୍ରଶ୍ନପତ୍ର ଲିକ୍‌- ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରେ ପରୀକ୍ଷାର୍ଥୀଙ୍କୁ ନେଇ ପ୍ରଶ୍ନ ଏବଂ ଉତ୍ତର କୁହାଯିବା ଖବରରେ ଚଢ଼ାଉ କରିଛି ପୋଲିସ । ଟିମ୍‌ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପରୀକ୍ଷାର୍ଥୀ ରହିଥିବା ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ କରୁଛି ବାଲେଶ୍ବର ଜିଲ୍ଲା ପୋଲିସ ।