1. New Snake rescue: ଫୁଲବାଣୀ ମେଡିକାଲ ପରିସରରୁ ଅଜଗର ଉଦ୍ଧାର

0
58
ଫୁଲବାଣୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୭/୦୭) : ଫୁଲବାଣୀ ମେଡିକାଲ କଲେଜ ପରିସରରୁ ଏକ ୫ ଫୁଟର ଅଜଗର ସାପକୁ ଉଦ୍ଧାର କରିଛି କନ୍ଧମାଳ ଟିମ ହ୍ୟୁମାନିଟି l

ଫୁଲବାଣୀ ମେଡିକାଲ କଲେଜ ପରିସରକୁ ଏକ ଅଜଗର ସାପ ପଶିଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥା ଟିମ୍ ହ୍ୟୁମାନିଟି କନ୍ଧମାଳକୁ ଯୋଗାଯୋଗ କରିଥିଲେ । ଖବରପାଇ ତୁରନ୍ତ ଟିମର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ, ଅନୁପ ବିକ୍ରମ ପାତ୍ର , ରବୀନ୍ଦ୍ର ମହାରଣା , ଶିବପ୍ରସାଦ ପାତ୍ର , ଏବଂ ମହେଶ ସୁବୁଦ୍ଧି ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଦୂର ଜଙ୍ଗଲକୁ ନେଇ ଛାଡି ଦେଇଥିଲେ । ଟିମ୍ ସଦସ୍ୟଙ୍କ ତତ୍ପରତା ଯୋଗୁଁ ବଡ଼ ଅଘଟଣ ଘଟିବା ପୂର୍ବରୁ ସାପଟିକୁ ରେସକ୍ୟୁ କରାଯାଇଥିଲା । ଟିମର ତୁରନ୍ତ ପଦକ୍ଷେପ ପାଇଁ କଲେଜ କର୍ମଚାରୀ ଟିମ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ।