1. Best News: ସାପ ଚୋଟ ରେ ମହିଳା ଙ୍କ ମୃତ୍ୟୁ

0
65
ସାପ ଚୋଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୭/୦୭) : ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଞ୍ଜିତରା ଗ୍ରାମ ରେ ସାପ ଚୋଟ ରେ ଜଣେ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି ।

ପ୍ରକାଶ ଯେ, ଦହିମତି ସାହୁ (ବ-୫୯) ନାମ୍ନୀ ଜଣେ ମହିଳା ସକାଳ ପ୍ରାୟ ୭ ଘଣ୍ଟା ସମୟ ରେ ଘରୁ ବାହାରକୁ ନିଜ ଇଟା ରଖା ଯାଇଥିବା ଜାଗା କୁ ଯାଇଥିବା ବେଳେ ଏକ ବିଷଧର ସାପ ଚୋଟ ମାରି କାମୁଡି ଦେଇ ଥିଲା । ଟିଟିଲାଗଡ ଉପଖଣ୍ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥା ରେ ଉକ୍ତ ମହିଳା ଙ୍କ ମୃତ୍ୟୁ ଘଟିଛି । ଏ ନେଇ ପୋଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅସ୍ତ୍ରୋପଚାର ପରେ ଶବ ହସ୍ତାନ୍ତର କରାଯିବା ପ୍ରକାଶ ପାଇଛି ।