1. Big News: ଖାରଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

1
119
ଖାରଡ଼ା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୭) : କାଶୀନଗର ବ୍ଲକ ଖାରଡ଼ା ଗ୍ରାମ ରେ ଥିବା ଉଚ୍ଚ ବିଦ୍ୟାଳୟ ରେ ଦୁର୍ନୀତି ର ଗନ୍ଧ ର ବିରୋଧ କରି ଗ୍ରାମ ବାସୀ ସ୍କୁଲ ରେ ଗତକାଲି ତାଲା ପକାଇ ଦେଇଥିବା ଜଣାପଡିଛି ।

ଏହି ଖାରଡ଼ା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୁର୍ନୀତି ରେ ବୁଡି ରହିଥିବା, ପରିଚାଳନା କମିଟିକୁ ପରାମର୍ଶ ନ ନେଇ କମ କରୁଥିବା ଇତ୍ୟାଦି ର ତଦନ୍ତ ଦାବୀ ରେ ଗତକାଲି ଚାବି ପକାଇ ପ୍ରତିବାଦ କରିଥିଲେ । ଏହାର ଖବର ପାଇ ଘଟଣା ସ୍ଥଳ ରେ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଆଦି କନ୍ଦ ଗମାଙ୍ଗ ଓ କାଶୀନଗର ପୋଲିସ ପହଂଚି ଏହି ସମସ୍ୟା ର ସମାଧାନ କରିବାକୁ ଗ୍ରାମବାସୀ ଙ୍କ ସହ କଥା ହୋଇ ବୁଝା ସୁଝା କରିବାରୁ ପରେ ଚାବି ଖୋଲା ଯାଇଥିଲା ।

1 COMMENT

  1. […] ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ପଞ୍ଜୀକୃତ ସଂଘଠିତ ଓ ଅନସଙ୍ଘଠିତ… ମାନଂକ ତାଲିକା ଉପସ୍ଥାପନ କରିବାସହ […]

Comments are closed.