1. Big Weather News: ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡିଲା

0
97
ଲଗାଣ ବର୍ଷା

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା
କଲ୍ୟାଣସିଂହପୁର, (୧୯/୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା କଦମ ଦ୍ୱାରସାହିରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଲଚ୍ଛମା କରକରିଆ ଏବଂ ବାଳମୁଣ୍ଡି ଭତ୍ରା ଦୁଇ ଭଉଣୀଙ୍କ ଘର ଗତ ତିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ମାଟି କାନ୍ଥ ଓଦା ହେବା ଫଳରେ ଘରର କାନ୍ତ ଭୁଶୁଡିଲା |

ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡିଲା । ଅଳ୍ପକେ ଜୀବନ ବର୍ତ୍ତି ଗଲା | ଏହି ଦୁଇ ଭଉଣୀ ଗରିବ ଶ୍ରେଣୀର ହେଇଥିବାରୁ କୋଉଠି ରହିବେ କ’ଣ କରିବେ ତାକୁ ନେଇ ଚିନ୍ତାରେ ସାହିବାସୀ ବର୍ତମାନ ପ୍ରଯ୍ୟନ୍ତ କୌଣସି ବ୍ଲକ ପ୍ରଶାସନ କିମ୍ବା ଆରଆଇ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି | ଏହି ପରିବାର ଗରିବ ଶ୍ରେଣୀର ହେଇଥିବାରୁ ପ୍ରଶାସନ ସାହାଯ୍ୟ ସହଯୋଗ ଜଗାଇ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।