ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ !

0
68

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୨୦/୦୭) : ଯୁବକଙ୍କୁ ହତ୍ୟା କରି ରାସ୍ତାରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏପରି ଘଟଣ ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧ କେଶବ ନଗରରେ ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ରାକେଶ ପ୍ରଧାନ । ତାଙ୍କୁ ୨୨ବର୍ଷ ହୋଇଥିଲା । ଗତକାଲି ରାତି ୮ଟା ସମୟରେ ରାକେଶଙ୍କୁ ତାଙ୍କର ଦୁଇ ସାଙ୍ଗ ତାଙ୍କୁ ଘରୁ ଡାକିନେଇଥିଲେ । ବିଳମ୍ବିତ ପର୍ଯ୍ୟନ୍ତ ରାକେଶ ଘରକୁ ଫେରି ନଥିଲେ । ଏନେଇ ପରିବାର ଲୋକ ରାକେଶଙ୍କୁ ଫୋନ୍ କରିଥିଲେ । ହେଲେ ସେ ଫୋନ୍ ଉଠାଇ ନଥିଲେ । ଏନେଇ ସମସ୍ତଙ୍କୁ ପଚରାଉରା କରିଥିଲେ । ହେଲେ ରାକେଶଙ୍କୁ ପାଇ ନଥିଲେ । ଆଜି ସକାଳେ ରାକେଶଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ କେଶବନଗରର ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଛୁରୀ ଓ ମୋବାଇଲ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ଧରି ଛାନଭିନ୍ କରୁଛି ଟାଉନ୍ ଥାନା ପୁଲିସ୍ । ରାକେଶଙ୍କୁ ତାଙ୍କର ଦୁଇ ସାଙ୍ଗ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।