ସ୍ବାମୀର ହତ୍ୟା ପରେ ମୃତଦେହକୁ ୬ ଖଣ୍ଡ କରି କାଟିଲା ପ୍ରେମିକ

0
64

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୭) : ଦିନକୁ ଦିନ ଦେଶରେ ଘଟୁଛି ପ୍ରେମଜନିତ ହତ୍ୟା । କେତେବେଳେ ପ୍ରେମିକା ମରୁଛି ତ କେତେବେଳେ ପ୍ରେମିକ ।

ଏଭଳି ଏକ ଛାତି ଥରା ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ପାଲି ସହରରେ । ଗତ କିଛି ମାସ ତଳେ ଦିଲ୍ଲୀରେ ଘଟିଥିବା ହତ୍ୟା ଘଟଣା ମନରୁ ନ ଲିଭିଥିବା ବେଳେ ଏବେ ପୁଣି ଥରେ ରାଜସ୍ଥାନରେ ଘଟିଛି ଅଘଟଣ । ଶ୍ରଦ୍ଧା ହତ୍ୟା ଘଟଣା ପରି ଘଟିଛି ଘଟଣା । ଶ୍ରର୍ଦ୍ଧାକୁ ହତ୍ୟାକରି ତା ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା ପ୍ରେମିକ । କିନ୍ତି ଏଠି ଘଟଣା ଟିକେ ଓଲଟା । ଏଠି ସ୍ତ୍ରୀର ପ୍ରେମିକ ସାଜିଲା ସୈତନା । ସୈତନ ପ୍ରେମିକ ଜଣଙ୍କ ହେଉଛି ମଦନଲାଲ । ପ୍ରେମିକା ବିବାହିତ ହୋଇଥିବାରୁ ସୈତାନ ପ୍ରେମିକ ଜଣଙ୍କ ତାଙ୍କର ୩୩ ବର୍ଷୀୟ ସ୍ୱାମୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି । ହତ୍ୟା ପରେ ସୈତାନ ପ୍ରେମିକ ମୃତଦେହକୁ ୬ ଖଣ୍ଡ କରି କାଟି ଦେଇଥିଲା । ଖାଲି ସେତିକି ନୁହେଁ ପୋଲିସ ଆଖିରେ ଧୁଳି ଦେବା ପାଇଁ ସୈତାନ ପ୍ରେମିକ ମଦନଲାଲ ରଚିଥିଲା ପ୍ଲାନ ।

ଯୋଗେନ୍ଦ୍ରଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ରାଜସ୍ଥାନର ପାଲିର ବିଭିନ୍ନ ସ୍ଥାନରେ ପୋତି ଦେଇଥିଲା । ଘଟଣା ବିଷୟରେ ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ କରୁକରୁ ଘଟଣା ପଛରେ ମୃତ ଯୋଗେନ୍ଦ୍ରଙ୍କ ସ୍ତ୍ରୀର ହାତ ଥିବାର ଜାଣିବାକୁ ପାଇଥିଲା । ପରେ ପୋଲିସ ମୃତ ଯୋଗେନ୍ଦ୍ର ସ୍ତ୍ରୀକୁ ପଚରା ଉଚରା କରିଥିଲା । ପରେ ସୈଇତାନ ପ୍ରେମିକ ବା ମଦନଲାଲକୁ ଗିରଫ କରିଥିଲା ପୋଲିସ । ଏବେ ଖଣ୍ଡବିଖଣ୍ଡିତ ଶରୀରରକୁ ଜବତ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । ଖଣ୍ଡବିଖଣ୍ଡିତ ଶରୀରକୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରିଛି ପୋଲିସ । ହତ୍ୟା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲା ପ୍ରେମିକ । ଏହାପରେ ଶରୀରର ଗଣ୍ଡିକୁ ନିଟସ୍ଥ ଜଙ୍ଗଲରେ ପୋତି ଦେଇଥିଲା । ସେହିପରି ଘର ଠାରୁ ୧୦୦ ମିଟର ଦୂରରେ ଥିବା ଗୋଟିଏ ବଗିଚାରେ ଯୋଗେନ୍ଦ୍ରଙ୍କ ହାତ, ମୁଣ୍ଡ ଓ ଗୋଡ଼କୁ ପୋତିଥିଲା ।