ରକ୍ତ ଦାନ କଲେ ବୀରମହାରାଜପୁର ବିଧାୟକ ଙ୍କ ବ୍ୟକ୍ତିଗତ ଅଙ୍ଗ ରକ୍ଷକ

0
62

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୦୭) : ରକ୍ତ ଦାନ କଲେ ବୀରମହାରାଜପୁର ବିଧାୟକ ଙ୍କ ବ୍ୟକ୍ତିଗତ ଅଙ୍ଗ ରକ୍ଷକ ।

ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ରେ ଶିଶୁ ବିଭାଗର ଥାଲାସେମିଆ ରେ ପୀଡ଼ିତ ଥିବା ପଲସାଗୋରା ଅନ୍ତର୍ଗତ ରବି ସାହୁଙ୍କ ଏକ ମାତ୍ର ଝିଅ ଅହାନ ସାହୁ ଙ୍କୁ ପ୍ରତି ୨ , କିମ୍ବା ୩ ମାସ ରେ ୦ ନେଗେଟିଭ ବର୍ଗର ରକ୍ତ ଆବଶ୍ୟକ ହେଉଥିବା ବେଳେ ଆଜି ସୁବର୍ଣ୍ଣପୁର ଆମ ପୁଲିସ ବ୍ୟବସ୍ଥା ମୋ ସରକାର ରକ୍ତବନ୍ଧୁ ସଂଯୋଜକ ମନୋଜ ପଣ୍ଡା ଙ୍କ ସହାୟତା ରେ ଜିଲ୍ଲା ଆରକ୍ଷୀ ବାହିନୀ ରେ କାର୍ଯ୍ୟରତ ରୁଦ୍ର ନାରାୟଣ ଦାଶ ପି ଏସ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଙ୍କ ବ୍ୟକ୍ତିଗତ ଅଙ୍ଗ ରକ୍ଷକ ଆଜି ଏ ବିରଳ ରକ୍ତ ଦାନ କରି ଜୀବନ ରକ୍ଷା କରିଛନ୍ତି

ରୁଦ୍ର ନାରାୟଣ ଦାଶ ଆଗରୁ ବରଗଡ ଓ ବୁର୍ଲା ରେ ରକ୍ତଦାନ କରି ଅନେକ ଥର ବ୍ୟକ୍ତିଗତ ଭାବେ ୭ ଥର ଏ ବିରଳ ରକ୍ତ ଦାନ କରି ଅନେକ ରୋଗୀଙ୍କ ଜୀବନ ରକ୍ଷା କରି ଆସିଛନ୍ତି । ଏକ ଗୁରୁତ୍ୱ ପୁର୍ଣ ଦାୟିତ୍ୱ ରେ ଥାଇ ମଧ୍ୟ ରକ୍ତ ଦାନ କରି ଜୀବନ ରକ୍ଷା କରିବା ହେତୁ ବିଧାୟକ ପଦ୍ମନାଭ ବେହେରା ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମଧ୍ୟ ରୁଦ୍ର ନାରାୟଣ ଦାଶ ଙ୍କୁ ପ୍ରସଂଶା କରିଛନ୍ତି । ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଙ୍କ ନେତୃତ୍ବ ରେ ଶତାଧିକ ରକ୍ତ ଦାନ ଶିବିର ଆୟୋଜନ ହେଉଥିବା ବେଳେ ଜିଲ୍ଲା ତଥା ନିର୍ଭର କରୁଥିବା ପଡୋଶୀ ଜିଲ୍ଲା ର କୌଣସି ବି ନିସହାୟ ରୋଗୀ ଯେମିତି ରକ୍ତ ଅଭାବ ରେ ମରିବେନି ସେ ଉପରେ ସର୍ବଦା ଗୁରୁତ୍ୱ ଦେଉଥିବା ଏବଂ ରକ୍ତ ଦାତା ଙ୍କୁ ପ୍ରେରଣା ଦେଉଥିବା ଅନେକ ଉଦାହରଣ ରହିଛି l