କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
62

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୦୭) : ସୁବର୍ଣ୍ଣପୁର ବନ ବିଭାଗ, ସ୍ୱଚ୍ଛ ଭାରତ ଓ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ର ମିଳିତ ଉଦ୍ୟମ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ନୂତନ କ୍ୟାମ୍ପସ ଠାରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି lWhatsApp Image 2023 07 22 at 09.13.42 1 କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱଚ୍ଛ ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରି ନିଜେ ଦୁଇଟି ବୃକ୍ଷ ରୋପଣ କରି ସମାଜ କୁ ପରିବେଶ ସୁରକ୍ଷl ର ବାର୍ତ୍ତା ପହଞ୍ଚାଇଥିଲେ l ଡି ଏଫ ଓ ଶ୍ରୀ ମଦନ ଲାଲ ଶର୍ମା ସମ୍ମାନିତ ଅତିଥି, ଓ ଏସିଏଫ ପ୍ରଫୁଲ୍ଲ ଧରୁଆ, ଡିସିପିଓ ଚତୁର୍ଭୁଜ ଦାଶ, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକ ଶ୍ରୀ କୈଳାସ ଭୋଇ, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର, ସ୍ୱଚ୍ଛ ଭାରତ ଉଦ୍ୟୋକ୍ତl ସାୟଦ ଅଲିମୁଲ ଇସଲାମ ଙ୍କ ସମେତ ସଂଗଠନ ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ସ୍କୁଲ ର ଏକ ସଚେତନତା ସଭାରେ ଛାତ୍ର ଛାତ୍ରୀ ଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରି ଥିଲେ l ଓ ବର୍ତମାନ ଉତ୍ତପ୍ତ ପୃଥିବୀ ର ସନ୍ତୁଳନ ଲାଗି ସମସ୍ତେ ଜାଗ୍ରତ ହେବାକୁ ପଡିବ ବୋଲି କହି ପ୍ରତି ଛାତ୍ର ଛାତ୍ରୀ ଗୋଟେ ଗୋଟେ ଗଛ ଜଗାଇ ତାରି ଯତ୍ନ ନେଇ ପୃଥିବୀ କୁ ବଞ୍ଚାଇବା କୁ ପରାମର୍ଶ କରିଥିଲେ l

ଅଧ୍ୟକ୍ଷ ହେମନ୍ତ କୁମାର ସାହୁ ଙ୍କ ନେତୃତ୍ୱ ରେ ବିଦ୍ୟାଳୟ ରେ ଜିଲ୍ଲାପାଳ ଶ୍ରୀ ରାୟ, ଡି ଏଫ ଓ, ଏବଂ ଅତିଥି ଙ୍କ ସମେତ ସମସ୍ତ ସ୍ବେଛାସେବୀ ଙ୍କୁ ଉଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଟିଚର ଅଶୋକ ସରଭଙ୍ଗ, ଗଣ୍ଡlରମ ମେହେର, କୈଳାସ ଭୋଇ ସହଯୋଗ କରିଥିଲେ l ପରେ ପରେ ସମସ୍ତ ସ୍ବେଛାସେବୀ, ଶିକ୍ଷକ ଓ ବନ କର୍ମଚାରୀ ବିଦ୍ୟାଳୟ ପରିସର ରେ ସାମୁହିକ ଭାବେ ଗଛ ଜଗାଇଥିଲେ l ଏ ମେଗା ଅଭିଯାନ ଆସନ୍ତା ରବିବାର ଯାଏ ଚାଲିବ ଏବଂ ଏଠାରେ ଚାରି ଶହ ରୁ ଉର୍ଧ୍ଵ ଗଛ ଲଗାଇ ଏ ପରିସର କୁ ତଥା ଜିଲ୍ଲା କୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟ ଧlର୍ଯ୍ୟ ରଖା ଯାଇଥିବା ସୂଚନା ମିଳିଛି l