ଓଭର ଡୋଜ ଭେକସିନ ପାଇ ଦୁଇ ମାସର ଶିଶୁପୁତ୍ର ମୃତ, ଥାନାରେ ଅଭିଯୋଗ

0
63

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୦୭) : ସୁବର୍ଣ୍ଣପୁର ଜିଲ୍ଲା ଏସ ରାମପୁର ଥାନା ରେ ଓଭରଡୋଜ ଭେକ୍ସିନ ପାଇଁ ୨ ମାସର ଶିଶୁ ପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ଧାନବସା ଗ୍ରାମର ନରେନ୍ଦ୍ର ଷାଣ୍ଢ ଓ ତାଙ୍କ ପତ୍ନୀ ପ୍ରମୋଦିନୀ ଷାଣ୍ଢ ତାଙ୍କର ଦୁଇ ମାସର ଶିଶୁପୁତ୍ରକୁ ମାୟାବର୍ହା ସ୍ଥିତ ଜୀବନଦାଦର ଅଙ୍ଗନବାଡି କେନ୍ଦ୍ର (କ) କୁ ଭେକସିନ ଦେବାକୁ ଆସିଥିଲେ ଇ ସେଠାରେ ମାୟାବର୍ହା ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ ମୀରା ସାହୁ ଏକା ସାଙ୍ଗରେ ଚାରୋଟି ଭେକସିନ ଦେଇଥିବା ବେଳେ କୁନିପୁଅକୁ ଧରି ମା ବାପା ଘରକୁ ଚାଲି ଆସିଥିଲେ । କିନ୍ତୁ ଘରେ ଦୁଇ ମାସର ଶିଶୁପତ୍ର ଅଚେତ ହୋଇପଡ଼ିଥିଲେ । ଫଳରେ ମା ବାପା ପୁଅକୁ ଅଚେତ ଅବସ୍ତାରେ ବରପାଲି ମେଡିକାଲକୁ ନେଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ନେଉଥିବା ବାଟରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଓଭର ଡୋଜ ଭେକସିନ ପାଇଁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାରୁ ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାପାଇ ଏସ ରାମପୁର ଥାନାରେ ବାପା ନରେନ୍ଦ୍ର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଏନଏମ ଙ୍କୁ ଥାନା କୁ ଡାକି ପଚରା ଉଚରା ଜାରି ରଖିଛି ।