1. Big News : ଅଗଷ୍ଟ ୩ ରେ ଗୁନ୍ଦୁଳିଆ ଆର୍ ଆଇ ଅଫିସ୍ ଘେରାଉ

0
88
ଅଗଷ୍ଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୭) : ଆସନ୍ତା ଅଗଷ୍ଟ ମାସ ୩ ତାରିଖରେ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ଦୁଇ ଦଫା ଦାବି ନେଇ ଗୁନ୍ଦୁଳିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ।

ଅଗଷ୍ଟ ୩ ରେ ଗୁନ୍ଦୁଳିଆ ଆର୍ ଆଇ ଅଫିସ୍ ଘେରାଉ : ସଙ୍ଗଠନର ଏକ ଗୁରୁତ୍ବପୂର୍ଣ୍ଣ ଚିନ୍ତନ ବୈଠକ ଜିଲ୍ଲା ସଭାପତି ରୋହିତ କହଁର ଙ୍କ ଅଧ୍ୟକ୍ଷତା ରେ ଗୁନ୍ଦୁଳିଆ ହାଟ ପଦା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ବସନ୍ତ ଖୁରା, ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ, ସଂଗଠନ ସମ୍ପାଦକ ଦେବଦତ୍ତ ସାଗର ଯୋଗଦେଇ ଭାରତରତ୍ନ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ “ହକ୍ ପାଇଁ ଲଢେଇ” କରିବା ସକାଶେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ ।

ସଙ୍ଗଠନ ପକ୍ଷରୁ ଗତ ବର୍ଷ ବୌଦ୍ଧ ତହସିଲରେ ଆବେଦନ କରିଥିବା ପ୍ରାୟ ତିନି ହଜାର ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ଏଵଂ ପ୍ରାୟ ୪୦ ବର୍ଷ ଧରି ଅଗଣତାନ୍ତ୍ରିକ, ଅସାମ୍ବିଧାନିକ, ଜାଲିଆତି ଓ ଚଞ୍ଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ , ଧୀବର, କୈବର୍ତ୍ତ (କେ ଡି କେ) ମାନଙ୍କୁ ତୁରନ୍ତ ହଟେଇବା ବିରୁଦ୍ଧରେ ଏବଂ ସାମାଜିକ ଅଧିକାର , ରାଜନୈତିକ ଅଧିକାର, ଅର୍ଥନୈତିକ ଅଧିକାର ଓ ସାମ୍ବିଧାନିକ ଅଧିକାର ସପକ୍ଷରେ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଗଠନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଦୃଢ଼ ଚେତାବନୀ ଦେଇଛନ୍ତି ।

ଅଗଷ୍ଟ ୩ ରେ ଗୁନ୍ଦୁଳିଆ ଆର୍ ଆଇ ଅଫିସ୍ ଘେରାଉ ନିଷ୍ପତ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଜାପତି ଭବସାଗର, ନନ୍ଦିନୀ ନାଏକ, ଯୁବ ସମାଜସେବୀ ଜୟରାମ ହରିପାଲ, ଗୁନ୍ଦୁଳିଆ ପଞ୍ଚାୟତ ର ସଭାପତି ଦଣ୍ଡପାଣି ଭବସାଗର, ଉପ ସଭାପତି ରମେଶ ସୁନା, ସମ୍ପାଦକ ସନ୍ତୋଷ ବେହେରା, ସହକାରୀ ସଂପାଦକ ଘାସିରାମ ଜଗଦଲା, କୋଷାଧ୍ୟକ୍ଷ ପ୍ରତିମନ ସୁନା, ସଙ୍ଗଠନ ସମ୍ପାଦକ ସଞ୍ଜୟ ଲୁହା, ବ୍ଲକ ସଂଯୋଜକ ନୀଳାଦ୍ରି ବେହେରା, ଗୋଛାପଡ଼ା ପଞ୍ଚାୟତ ସଭାପତି ଝରିଆ ଖୁରା, ଉପ ସଭାପତି ଶୁକ୍ରୁ ଊର୍ମା, ସମ୍ପାଦକ ରମେଶ ମହାନନ୍ଦିଆ, ଆମ୍ବଝରି ପଞ୍ଚାୟତ ସଭାପତି ଝାଟୁ ହାତୀ, ସମ୍ପାଦକ ପ୍ରତୀ କୁମ୍ଭାର, ବ୍ଲକ ସଂଯୋଜକ ରସାନନ୍ଦ ହାତୀ, ବରିଷ୍ଠ ସମାଜସେବୀ ବରୁଣ ଦୀପ, ହସ୍ତିନା ନାଗ, ବିହାରୀ କହଁର, ଅଶୋକ କହଁର, ବ୍ରଜ କହଁର, ଅଭିମନ୍ୟୁ ବଣ୍ଡକି, ରମେଶ ମହାନନ୍ଦିଆ, ଭ୍ରମର ମହାନନ୍ଦିଆ, ଅଜିତ କୁମ୍ଭାର, ଚନ୍ଦ୍ର ଶେଖର ବାଦୀ, ବିନୋଦ ବିଭାର ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।