ସ୍କୁଟିରେ ଆସି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ !

0
63

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୭/୦୭) : ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ । ନିଖୋଜ ଯୁବକ ହେଲେ ସମୀରଣ ପ୍ରଧାନ । 

ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁ’ରେ ବୋଲି ସୂଚନା ମିଳିଛି । ସମୀରଣ ସମ୍ବଲପୁରରେ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମୀରଣ ସ୍କୁଟି ନେଇ ଆସି ଚାଉଁରପୁର ପୋଲ ଉପରେ ଗାଡ଼ି ରଖିଥିଲେ । ପରେ ଚପଲ ଓ ମୋବାଇଲ ଫୋନ ରଖି ପୋଲ ଉପରରୁ ତଳକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ । ରାତି ଅଧିକ ହୋଇଯାଇଥିବାରୁ ଅଗ୍ନିଶମ ବାହିନୀ ଯୁବକଙ୍କୁ ଖୋଜାଖୋଜି କରିନଥିଲେ । ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ସମୀରଣ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସମ୍ବଲପୁରରେ ଘର ଭଡ଼ା ନେଇ ରହୁଥିଲେ । ସମୀରଣ କେଉଁ କାରଣ ପାଇଁ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପାରିବାରିକ କଳହ ନା ଆଉ କିଛି କାରଣ ତାହା ଜଣାପଡ଼ିନାହିଁ । ଏନେଇ ସମୀକରଣଙ୍କ ପରିବାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।