1. Big News : ପେଟରେ ଥିବା ଶିଶୁ କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ରେ ବିକ୍ରୀ ଅଭିଯୋଗ 

0
70
ପେଟରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୮/୦୭) : ପେଟରେ ଥିବା ଶିଶୁ କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ରେ ବିକ୍ରୀ ଅଭିଯୋଗ । ଗର୍ଭବତୀ ମହିଳାଙ୍କ ପେଟ ରେ ଶିଶୁ ଥିବା ବେଳେ ହୋଇଥିଲା ଡିଲ, ଶିଶୁ ଜନ୍ମ ହେବା ପୂର୍ବରୁ ୨ ଲକ୍ଷ ପଚାଶ ହଜାର ଟଙ୍କା ରେ ନିଜ ଜନ୍ମିତ ପୁଅ କୁ ପର ହାତକୁ ଟେକିଦେଇ ଥିଲା ମାଆ

ପେଟରେ ଥିବା ଶିଶୁ କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ରେ ବିକ୍ରୀ ଅଭିଯୋଗ : ସୂଚନାନୁଜାୟୀ, ଗତ ପାଞ୍ଚ ଦିନ ତଳେ ଟିଟିଲାଗଡ ସ୍ଥିତ ୧୨ ନମ୍ୱର ୱାର୍ଡ ନିବାସୀ ସନ୍ତୋଷ ପଟେଲ ଓ ତାଙ୍କ ସ୍ତ୍ରୀ ପୁଷ୍ପା ଙ୍କ ପୂର୍ବରୁ ତିନୋଟି ସନ୍ତାନ ଥିବା ଓ ଧାର, କରଜ ରେ ବୁଡି ରହିବା ସହ ଗ୍ରୁପ୍ ଋଣ ଅର୍ଥ ପରିଶୋଧ କରିବା ପାଇଁ ଅନ୍ୟ ହାତକୁ ଟେକିଦେଇ ଥିଲା ମାଆ । ଏଭଳି ଘଟଣା ନଜର କୁ ଆସି ଥିବା ବେଳେ ଏବେ ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ତିନୋଟି ସନ୍ତାନ ଙ୍କୁ ପାଳିବା ପାଇଁ ଅସମର୍ଥ ଥିବା ଯୋଗୁଁ ଉଭୟ ସ୍ବାମୀ, ସ୍ତ୍ରୀ ଟିଟିଲାଗଡ ଡାକ୍ତର ଖାନା ରେ ଅସ୍ତ୍ରୋପଚାର କରିବା ପରେ ପେଟରେ ଥିବା ଶିଶୁ ପୁତ୍ର କୁ ନଗଦ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ନେଇ ଜନ୍ମ ହେବା ଚାରିଦିନ ପରେ ଦେଇଦେଇ ଥିଲେ । ଶିଶୁପୁତ୍ର କୁ ଉକ୍ତ ମାଆ ନିଜ ଇଚ୍ଛାରେ ସେ ଅନ୍ୟ ଲୋକ ଙ୍କୁ ଦେଇଛି ବୋଲି ପ୍ରକାଶ କରିବା ସହ କିଏ ନେଲା ଓ ବର୍ତ୍ତମାନ୍ କେଉଁଠି ଅଛି ସେ ନେଇ ସେ କିଛି ନ ଜାଣିବା ପ୍ରକାଶ କରିଛନ୍ତି ।

ରାୟପୁର ରୁ ପରିବା ବ୍ୟବସାୟ ପାଇଁ ଟିଟିଲାଗଡ ହାଟପଦା ବଜାର କୁ ଆସୁଥିବା ଜଣେ ଯୁବକ ଏହି ବୀକ୍ରୀ ରେ ମଧ୍ୟସ୍ଥ ସାଜି ଥିବା ଜଣାପଡିଛି । ସ୍ଥାନୀୟ ଆଶା କର୍ମୀ ଶିଶୁ ର ଜନନୀ ସୁରକ୍ଷା କାର୍ଡ ସହ ଉକ୍ତ ଅଜଣା ଲୋକେ ଶିଶୁ ପୁତ୍ର ନେଇ ଥିବା କହିଛନ୍ତି । ମାଆ କ୍ଷୀର ଅମୃତ ହୋଇ ଥିବା ବେଳେ ସେଥିରୁ ବଞ୍ଚିତ ଜନ୍ମିତ ଶିଶୁ ମାତ୍ର ଚାରି ଦିନ ପରେ ଅନ୍ୟ ହାତରେ ଟେକି ଦେଇ ଥିବା ବେଳେ ଉକ୍ତ ଶିଶୁ କୋଉଠି ଅଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଜ ଆର୍ଥିକ ସ୍ଥିତି ଯୋଗୁଁ ବାଧ୍ୟ ହୋଇ ଏହି ବିକ୍ରୀ ହୋଇଥିବା ଶିଶୁ କୁ ଠାବ କରିବା ସହ ବିଧିବଦ୍ଧ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବି ହେଉଛି ।