ଦିନରେ କେଳା, ରାତିରେ ଚୋର; ଘରୁ ବାହାରିଲା ପୁଳାପୁଳା ସୁନାରୁପା

0
62

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୮/୦୭) : ଦିନରେ ଘୁଷୁରୀ ଚରେଇବାକୁ ଯାଆନ୍ତି । ରାତି ହେଲେ ଲୋକଙ୍କ ଘରେ ପଶି କଳାକନା ବୁଲାନ୍ତି । ଏଭଳି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ ।

ଏହାସହ ସେମାନଙ୍କ ଠାରୁ ୫କେଜି ସୁନା, ୨୫୦ ଗ୍ରାମ ରୁପା ଅଳଙ୍କାର, ଘର ଭଙ୍ଗା ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଏନେଇ ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁସାରେ, ବୋଲଗଡ଼ ଥାନା ମାଣିକାଗୋଡା କୁମୁଟିସାହି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ସ୍ପେଶାଲ ସ୍କ୍ୱାର୍ଡ ଓ ବୋଲଗଡ଼ ପୁଲିସ ମାଣିକାଗୋଡା ଜଙ୍ଗଲରେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ପ୍ରଶାନ୍ତ ପାତ୍ର, ରାହୁଲ ପ୍ରଧାନ ଏବଂ ପ୍ରଶାନ୍ତ ନାୟକଙ୍କୁ ପୁଲିସ ଥାନାକୁ ଆଣି ପଚରାଉରା କରିବା ସହ ସେମାନଙ୍କ ଘର ଖାନ ତଲାସୀ କରିଥିଲା ।

ତଲାସୀବେଳେ ସେମାନଙ୍କ ଘରୁ ୫ କେଜି ରୁପା ଅଳଙ୍କାର, ୨୫୦ ଗ୍ରାମ ସୁନା ଅଳଙ୍କାର, ଘର ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ପଚରାଉଚରା କରିବା ପରେ ଏହି ସାମଗ୍ରୀ ଗୁଡ଼ିକ ସେମାନେ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ ଚୋରି କରିଥିବା ମାନିଥିଲେ ଅଭିଯୁକ୍ତ ।ଏସ୍‌ପି ଆହୁରି କହିଛନ୍ତି, ଏମାନେ ସମସ୍ତେ କେଳା ସମ୍ପ୍ରଦାୟର । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଲା ରହିଛି । ଏହି ଗ୍ୟାଙ୍ଗ ସହ ଆଉ କେଉଁମାନଙ୍କ ସଂପୃକ୍ତ ଅଛି ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଅପିଲ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍ପି ।