ଦୁର୍ନୀତି ର ଗନ୍ଥା ଘର ଟିଟିଲାଗଡ ଟିପିଡବ୍ଲୁଓଡିଏଲ୍ ସେକ୍ସନ – ୧ କାର୍ଯ୍ୟାଳୟ 

0
101

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୯/୦୭) : ସାଧାରଣ ଲୋକେ ଟାଟା ପାୱାର କମ୍ପାନୀ ବିଦ୍ୟୁତ୍ ବିଭାଗ ପରିଚାଳନା ଦାୟିତ୍ଵ ନିର୍ବାହ କରିବା ପରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।WhatsApp Image 2023 07 29 at 21.14.45 ଦୁର୍ନୀତି ର ଗନ୍ଥା ଘର ଟିଟିଲାଗଡ ଟିପିଡବ୍ଲୁଓଡିଏଲ୍ ସେକ୍ସନ - ୧ କାର୍ଯ୍ୟାଳୟ 

ଟିଟିଲାଗଡ ଟିପିଡବ୍ଲୁ ଓଡ଼ିଏଲରେ ବିଦ୍ୟୁତ୍ ସେବା ଯୋଗାଇ ଦେବା ଆଳରେ ସାଧାରଣ ଲୋକଙ୍କ ନିକଟରୁ ଅର୍ଥ ଶୋଷଣ ସହ ମନୋମୁଖୀ କାରବାର ଅଭିଯୋଗ ହୋଇଛି । ଏପରିକି ବିଦ୍ୟୁତ ବିଭାଗ ଏସ ଡି ଓ ସୌମ୍ୟ ରଞ୍ଜନ ଦାସ ନିଜ ମୋବାଇଲ କୁ କୌଣସି ଅଭିଯୋଗ ଅବା ବିଦ୍ୟୁତ୍ ସଂପର୍କ ରେ ସରକାରୀ ମୋବାଇଲ ନମ୍ବର କୁ ବିଜି ମୋଡ କରିଦେଇ ଆସୁଥିବା ରୁ ସାଧାରଣ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି । ପ୍ରକାଶ ଯେ, ଟିଟିଲାଗଡ ବିଦ୍ୟୁତ ବିଭାଗ ସେକ୍ସନ ଅଧିକାରୀ (ସେକ୍ସନ- ୧) ପ୍ରଶାନ୍ତ କୁମାର ଜେନା ଓ କମର୍ସିଆଲ ମ୍ୟାନେଜର ସୁବ୍ରତ କୁମାର ନାୟକ ଙ୍କ ବିରୋଧ ରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ତଥା ଅନ୍ୟ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅର୍ଥ କାରବାର କରିବା ସହ ହଇରାଣ ହରକତ କରି ଆସୁଥିବା ଅଭିଯୋଗ ହୋଇଛି । 5T ନୀୟମାନୁଜାୟୀ ବିଦ୍ୟୁତ ସଂଯୋଗ ଆବେଦନ କରିବା ମାତ୍ର ୪୮ ଘଣ୍ଟା ବା ଦୁଇ ଦିନ ମଧ୍ୟରେ ସଂଯୋଗ କରିବା ସରକାରୀ ନିର୍ଦ୍ଦେଶ ରହିଛି ।

ହେଲେ ଏହାର ଖିଲାପ କରି ୧୫ ଦିନ ରୁ ମାସ,ମାସ ଗଡେଇବା ସହ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ଆବେଦନ କାରୀ ଙ୍କ ଅଜାଣତରେ କମର୍ସିଆଲ ବା ବ୍ୟବସାୟୀ ମିଟର ସଂଜୋଗ କରି ଦିଆଯାଉଛି । ଅତ୍ୟଧିକ ବିଲ ଆସିବା ଦର୍ଶେଇ କିଛି ମାସ ପରେ ଦୁଇ ହଜାର ରୁ ତିନି ହଜାର ଟଙ୍କା ଲେଖାଏଁ ବେଆଇନ୍ ଭାବେ ଦାବି କରି ଆଦାୟ କରିବା ସହ ଟଙ୍କା ନେଇ ପୁନଃ ଡୋମେଷ୍ଟିକ ବା ଘରୋଇ ମିଟର ରେ ପରିବର୍ତନ କରାଯାଇ ଆସୁଛି । ଉକ୍ତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ମିଶି ଏହି ବେଆଇନ୍ ମନୋମୁଖୀ କାର୍ଯ୍ୟକଳାପ କରି ଆସୁଥିବା ନେଇ ସ୍ଥାନୀୟ ଜନ ଜାଗରଣ ସଙ୍ଘ ସଭାପତି ଶ୍ରୀକାନ୍ତ ସାହୁ ସବିଶେଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଲିଖିତ ଅଭିଯୋଗ କରିଛନ୍ତି ।