1. Big News : ବିଶ୍ଵ ହେପାଟାଇଟିସ ଦିବସ ପାଳିତ

0
69
ବିଶ୍ଵ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୭) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାନଦୀ ନେତ୍ର ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି ।

ବିଶ୍ଵ ହେପାଟାଇଟିସ ଦିବସ ପାଳିତ : ମୁଖ୍ୟ ଅତିଥି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୁର୍ଗାଦତ୍ତ ଦାଶ, ସମ୍ମାନିତ ଅତିଥି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ (ଏଡି ପି ଏଚ ଓ – ଡି ସି), ଡାକ୍ତର ରବୀନ୍ଦ୍ର ନାଥ ପଣ୍ଡା (ଅଧିକ୍ଷକ) ଏସ ଡି ଏଚ ବିରାମହରାଜପୁର), ଡାକ୍ତର ଦେବେନ୍ଦ୍ର ସାହୁ (ଅଧିକ୍ଷକ) ଏମ ଏନ ସି ପଣ୍ଡାପାଲୀ), ଡାକ୍ତର ବି ସି ମାଝୀ (ଏପିଡେମିଓଲୋଜିଷ୍ଟ), ଗୀତାଞ୍ଜଳି ମେହେର (ଏ ଏମ – ଏନ ସି ଡି) ପ୍ରମୁଖ ଉପସ୍ଥିତ ରହି କେମିତି ଏ ରୋଗର ନିରାକରଣ ହୋଇପାରିବ ସେ ବିଷୟ ରେ ଆଲୋକପାତ କରିଥିଲେ l

ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ କୁ ବୃନ୍ଦାବନ ସାହୁ (ଏ ଡି ପି ଏଚ ସି ଓ ) ପରିଚାଳନା କରିଥିବା ବେଳେ ନାରାୟଣ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉପଖଣ୍ଡ ଚିକିତ୍ସାଳୟ ର ବି ପି ଏମ ମହେନ୍ଦ୍ର ମିଶ୍ର, ବି ଏ ଏମ ଅବିନାଶ ହୋତା, ପି ଏଚ ଇ ଓ ସ୍ବର୍ଣ୍ଣପ୍ରଭା, ଏମ ପି ଏଚ ଏସ ଆଲୋକ, ଆୟୁଷ ଏମ ଓ ଡାକ୍ତର ପ୍ରଣବ ମହାପାତ୍ର , ବିଭିନ୍ନ ଏନ ଜି ଓ ସଂସ୍ଥା, ଡ୍ରାଇଭର ସଙ୍ଘର କର୍ମକର୍ତା ଗଣ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ସହିତ ଏମ ଏନ ସି ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ l