ବିନିକା ଥାନା ରେ ଆମ ପୁଲିସ ସମିତି ବୈଠକ

0
70

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୦୭) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ରେ ଆଜି ଆମ ପୁଲିସ ସମିତି ବୈଠକ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକ ରେ ଅଞ୍ଚଳର ବହୁ ସଚେତନ ନାଗରିକ ଯୋଗ ଦେଇଥିଲେ । ଏଥିରେ ଟ୍ରାଫିକ ସମସ୍ୟା, ବିଭିନ୍ନ ଦୋକାନ ଗୁଡିକରେ ସିସିଟିଭି ଲଗାଇବା ପାଇଁ ପ୍ରସ୍ତାବ,ଅପରାଧ ନିୟନ୍ତ୍ରଣ, ପେଟ୍ରୋଲିଂ ବ୍ୟବସ୍ଥା କଡାକଡ଼ି, ରାତ୍ରି ସମୟରେ ପରିବା ଗାଡି ଗୁଡିକୁ ନିୟନ୍ତ୍ରଣ ଆଦି ପ୍ରସ୍ତାବ ଦିଆଯାଇଛି । ବୈଠକ ରେ ଶୀତଳ ପ୍ରସାଦ ମହାକୁର, ବିନୋଦ ବିହାରୀ ନାଏକ, ସରପଞ୍ଚ ଅଶୋକ ପୃଷ୍ଟି, ଆଲୋକ ରଞ୍ଜନ ହୋତା, ଗରିବ ସାଲମା, ମାନସ କୁମାର ବେହେରା, ଅନିଲ ନାଏକ, ଗୋବିନ୍ଦା ଅଗ୍ରୱାଲ, ଧୀବର ବେରିହା ପ୍ରମୁଖ ଯୋଗ ଦେଇଥିଲେ । ବୈଠକ କୁ ଏଏସଆଇ ରଞ୍ଜୟ ନାୟକ ପରିଚାଳନା କରିଥିଲେ । ଶେଷରେ ଥାନାଧିକାରୀ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।