ଗଜପତି ମାର୍କେଟ କମ୍ପ୍ଲେକ୍ସ ଲୋକାର୍ପିତ ହେଲା ନାହିଁ : ବିରୋଧୀ ବିଜେପିର ବିରୋଧ ଆଶଙ୍କା

0
61

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୭) : ଗଜପତି ଜିଲ୍ଲା କାଶୀନଗର ଏନ ଏ ସି ରେ ନୂତନ ଭାବେ ନିର୍ମିତ ଗଜପତି ମାର୍କେଟ ସମୂହ ଓ ବୁଭିନ କାର୍ଯ୍ୟ ର ଲୋକାର୍ପିତ ପାଇଁ ସବୁ ପ୍ରକାର ସଜବାଜ ସାରିଥିଲା, ଯାହାକି ବ୍ରହ୍ମପୁର ସାଂସଦ ଙ୍କ ଦ୍ୱାରା ଲୋକାର୍ପିତ ହୋଇଥାନ୍ତା କିନ୍ତୁ ଶେଷ ମୁହୂର୍ତ୍ତ ରେ ଏହି ଲୋକାର୍ପଣ ହୋଇପାରି ନାହିଁ ।

ପ୍ରାପ୍ତ ସୂଚନା ମୁତାବକ ଏହି ଉଦଘାଟନ ପାଇଁ ସାଂସଦ ସହମତି ଦେଇଥିଲେ, ଶେଷ ପର୍ଯ୍ୟାୟ ରେ ଶ୍ରୀ ଚନ୍ଦ୍ର ଶେଖର ସାହୁ ଅନ୍ୟ କାର୍ଯ୍ୟ ରେ ବ୍ୟସ୍ତ ଥିବା ଯୋଗୁଁ ଆସି ପାରିଲେ ନାହିଁ ବୋଲି ବିଜେଡି ତରଫରୁ କୁହାଗଲା, ହେଲେ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ଫଳକ ରେ ବନାନ ତ୍ରୁଟି ଯୋଗୁଁ ଲୋକାର୍ପଣ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଗଣ ମାଧ୍ୟମ କୁ କହିଛନ୍ତି । ପ୍ରକୃତ କଥା ହେଲା ସେଥିରେ ପାରଳା ବିଧାୟକ କିମ୍ବା ତାଙ୍କ ପ୍ରତିନିଧି ଙ୍କ ନାମ ନଂ ଥିଲା, ଏଣୁ କୌଣସି ଅପ୍ରିତିକାର ପରିସ୍ଥିତି ହେବା ସମ୍ଭାବନା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଛି ବୋଲି ବିଜେପି କହୁଛି, ହେଲେ ପ୍ରଶାସନ ଏଭଳି କାହିଁକି ଅବହେଳା କଲେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି, ଏଣୁ ଫଳକ ଗୁଡିକୁ ଉଠାଇ ପୁନଃ ଲୋକାର୍ପଣ ର ବ୍ୟବସ୍ଥା କରାଯାଉଥିବା ଜଣା ପଡିଛି ।