ସମ୍ୱଲପୁରୀ ଭାଷାରେ ଭିଡିଓ ସେୟାର କରି ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

0
63

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୧/୦୮) : ଆଜି ଅଗଷ୍ଟ ୧ ସମ୍ବଲପୁରୀ ଦିନ । ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିବସକୁ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡିଶା ବାସୀ ସମ୍ବଲପୁର ଦିନ ଭାବେ ପାଳନ କରି ଆସୁଛନ୍ତି ।

ଏହି ଦିନ ପାଳନର ମୂଲ ଲକ୍ଷ୍ୟ ସମ୍ବଲପୁରୀ ଭାଷା, କଳା ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ଅଧିକ ପ୍ରଚାର ଓ ପ୍ରସାର କରିବା। ଆଜି ଦିନ ତମାମ ଖାଇବା ପିଇବା, ବସ୍ତ୍ର, ଗାଇବା, ନାଚିବା ଭାଷା ସାସ୍କୃତି ସବୁ କିଛି ସମ୍ବଲପୁରୀରେ କରାଯାଏ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ୱଲପୁରୀ ଭାଷାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଗୋଟିଏ ଭିଡିଓ ମଧ୍ୟ ସେୟାର କରିଛନ୍ତି । ନିଜେ କେନ୍ଦ୍ରମନ୍ତ୍ରୀ ସମ୍ୱଲପୁରୀ ଭାଷାରେ ଭିଡିଓ କରି ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି ଯେ, ଜୁହାର “ସମ୍ବଲପୁରୀ ଦିନ୍‌” ର ସନ୍ଦେଶ୍ ହେଉଛେ ସମ୍ବଲପୁର୍ ଅଂଚଲ୍‌ର ଉଚ୍ଚାଦର୍ଜାର୍ ସଂସ୍କୃତିକେ ଆଧାର୍ କରି ଭାଇଚାରା ବଢାମା । ଇ ଅବସର୍‌ଥି ସବୁ ମାଁ-ବୁହେନ୍ ଆଉ ଦାଦା-ଭାଏ ମାନ୍‌କୁଁ ମୋର୍ ଶୁଭେଚ୍ଛା ଜନଉଛେଁ ।