ଲାୟନ୍ସ କ୍ଲବ୍ ର ୪୪ ତମ ପ୍ରତିଷ୍ଠା ଦିବସ ଓ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

0
63

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୧/୦୮) : ଟିଟିଲାଗଡ ଲାୟନ୍ସ କ୍ଲବର ୪୪ତମ ପ୍ରତିଷ୍ଠା ଦିବସ ଏବଂ ବର୍ଷ ୨୦୨୩/୨୪ ପାଇଁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପିଏମ୍‌ସିସି ସଦସ୍ୟ ସଞ୍ଜୟ ସାହୁ, ଆଇପିଡିଜି ଯମୁନା ପ୍ରସାଦ ଗୋୟଲ, ଚରନ୍ ଜିତ୍ ସିଂ ହୁରରା, ଇନଷ୍ଟଲେସନ ଅଫିସର ଭାବେ ଜସବିର ସିଂ ହୁରା, ଇଣ୍ଡକ୍ସନ ଅଫିସର ଭାବେ ଚରନ ଯିତ କୌରହୁରା, ଜୋନ୍‌ ଚେୟାର୍‌ ପର୍ସନ ରୋହିତ କୁମାର ଅଗ୍ରୱାଲ, ରିଜିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ବର୍ଷ ୨୦୨୨/୨୩ର ସଭାପତି ଲିଙ୍ଗରାଜ ସାହୁ, ଶ୍ରୀମତୀ ଜୁଲି ସାହୁ, କୋଷାଧ୍ୟକ୍ଷ ସଜ୍ଜନ କମାନୀ, ସମ୍ପାଦକ ଶୈଳେଶ ଗୋୟଲ ମଞ୍ଚାସୀନ ଥିଲେ । ସଭା ଆରମ୍ଭ ହେବା ପୂର୍ବରୁ ଲାୟନ୍ସ କ୍ଲବ ପ୍ରତିଷ୍ଠାତା ମେଲ୍‌ଭିନ ଜୋନସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦ୍ଵିପ ପ୍ରଜ୍ୱଳନ କରାଯାଇଥିଲା, ତା’ପରେ ଜାତୀୟ ସଙ୍ଗୀତ ଗାନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଲିଙ୍ଗରାଜ ସାହୁ ନିଜର ବକ୍ତବ୍ୟ ପ୍ରଦାନ କରିବା ପରେ ବର୍ଷ ୨୨/୨୩ରେ ହୋଇଥିବା ସମସ୍ତ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ୨୦୨୩/୨୪ରେ ନୂତନ ୧୩ ଜଣ ସଦସ୍ୟଙ୍କୁ ସ୍ଵାଗତ କରିବା ସହ କ୍ଲବର ନୀତି ଆଦର୍ଶ ବିଷୟରେ ବୁଝାଇଥିଲେ ଇଣ୍ଡକସନ ଅଫିସର ଲାୟନ ଚରନ ଜିତ କୌରହୁରା ।

ଏହାପରେ ନୂତନ ସଭାପତି ଭାବରେ ସନ୍ତୋଷ ମହାନ୍ତି, ସମ୍ପାଦକ ଅଜିତ ପାତ୍ର, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ମେମ୍ବରସିପ ଚେୟାର ପର୍ସନ ମଦନ ପୃଷ୍ଟି, ସର୍ଭିସ ଚେୟାର ପର୍ସନ ଆଶୀର୍ବାଦ ମହାପାତ୍ର, ଲିଓ ଏଡ୍‌ଭାଇଜର ଦୀପକ ପୃଷ୍ଟି, ଏଲ୍‌ସିଆଇଏଫ୍‌ କ୍ଲବ କୋଡିନେଟର ଦୀପକ ସାହୁ, ଏଡ୍ ମାଇନି ଷ୍ଟ୍ରେଟର ସଞ୍ଜୟ ସାହୁଙ୍କୁ ଶପଥ ପାଠ କରାଇଥିଲେ ଇନଷ୍ଟଲେସନ ଅଫିସର ଲାୟନ ଜଶବୀର ସିଂ ହୁରା । ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ ପିନ ପିନ୍ଧାଇ ନୂତନ ସଭାପତି ସନ୍ତୋଷ ମହାନ୍ତିଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ଅତିଥି, ଅଫିସର, କ୍ଲବ ସଦସ୍ୟଙ୍କୁ ଚଳିତ ବର୍ଷ ନୂତନ ପ୍ରୋଜେକ୍ଟ ହାତକୁ ନେବା ସହ ପରମାନେଣ୍ଟ ପ୍ରୋଜେକ୍ଟର କାର୍ଯ୍ୟ ସୁରୁଖୁରୁରେ ତୁଲାଇବା ସହ ସମସ୍ତ ସଦସ୍ୟଙ୍କ ସମର୍ଥନରେ କ୍ଲବର ନାଁକୁ ନିଶ୍ଚୟ ବଢ଼ାଇବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ମହାନ୍ତି କହିଥିଲେ । ଶେଷରେ ସମ୍ପାଦକ ଅଜିତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।