ଯୁବ କଂଗ୍ରେସ ନିର୍ବାଚନ ଫଳାଫଳ : ଆଲୋକ କୁମାର ଦାଶ ହେଲେ ଯୁବ କଂଗ୍ରେସ ଜିଲ୍ଲା ସଭାପତି

0
54

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୧/୦୮) : ଯୁବ କଂଗ୍ରେସ ପୁରୀର ନିର୍ବାଚନ ଫଳାଫଳ ଅନୁଯାଇ ଗଲା ୨୫ତାରିଖରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ତରଫରୁ ନିର୍ବାଚନ ଫଳାଫଳ ବାହାରିଥିଲା ଏହି ଫଳା ଫଳ ଅନୁଯାଇ ଆଲୋକ କୁମାର ଦାଶ ଯୁବ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚିତ ହୋଇଥିବା ବେଳେ – ମନୋଜ ମଣ୍ଡଳ ପୁରୀ ବିଧାନ ସଭା ଯୁବ କଂଗ୍ରେସ ସଭାପତି ହୋଇଛନ୍ତି ।WhatsApp Image 2023 07 31 at 18.04.20 ଯୁବ କଂଗ୍ରେସ ନିର୍ବାଚନ ଫଳାଫଳ : ଆଲୋକ କୁମାର ଦାଶ ହେଲେ ଯୁବ କଂଗ୍ରେସ ଜିଲ୍ଲା ସଭାପତି

ସେଇ ଭଳି ଅନିଲ ବେଜ ପୁରୀ ବିଧାନସଭା ଯୁବ କଂଗ୍ରେସ ଉପ ସଭାପତି ହୋଇଥିବା ବେଳେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ପୂଜା ବେଜ ହୋଇଛନ୍ତି । ଆଜି ଏହି ପରିପଖେ ସମସ୍ତ ନିର୍ବାଚିତ ଯୁବ କଂଗ୍ରେସ କର୍ମୀ ଙ୍କୁ ସମ୍ବର୍ଧନା ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରା ର ମୁଖ୍ୟ ଉଧେଶ୍ୟ ଥିଲା ଯୁବ କଂଗ୍ରେସ ଶୋଭାଯାତ୍ରା ସହ ଅନେକ ଯୁବକ ଯୋଡ଼ିହେବା ସହ – ଯୁବ କଂଗ୍ରେସ କୁ ସୁଦୃଢ କରାଯିବ । କେବଳ ଏତିକି ନୁହଁ ଯୁବ କଂଗ୍ରେସ ଜିଲ୍ଲା ସଭାପତି ଏହି ଶୋଭାଯାତ୍ରା କୁ ସମ୍ବୋଧନ କରି କହିଛନ୍ତି ପୁରୀରେ ଅନେକ ଯୁବକ ଙ୍କ ସ୍ଥାୟୀତ୍ୱ ପାଇଁ ଲଢେଇ ହବ ପୁରୀରେ ଅନେକ ସମସ୍ୟା ରହିଛି – ପୁରୀର ଯିବାକୁ ମାନଙ୍କ ପାଇଁ ନିଯୁକ୍ତି ରହିଛି ହେଲେ ସେଇ ସବୁ ଉପରେ ବାହାର ରାଜ୍ୟ ପିଲା ହକ ଜମାଇ ରଖିଛନ୍ତି ।

ପୁରୀ ସହର ପାଇଁ ଆଗାମୀ ଦିନରେ ଲଢେଇ ହବ ଯୁବ ମାନଙ୍କ ହକ ଓ ସ୍ଥାୟୀତ୍ୱ ଉପରେ ଲଢେଇ ହେବ । ପୂର୍ବରୁ ସଦାସର୍ବଦା ପୁରୀ ଜନସାଧାରଣ ଙ୍କ ସମସ୍ୟା ସହ ଆମେ ଯୋଡି ହୋଇ ରହିଛୁ ଭଲ ମନ୍ଦ ଦୁଃଖ ସୁଖରେ ପୁରୀ ବସି ଙ୍କ ସହ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଦାସର୍ବଦା ଜନସାଧାରଣ ଙ୍କ ସହ ରହିଛି ଆଗାମୀ ଦିନରେ ଆମେ ମଧ୍ୟ ସେଇ ବିଶ୍ୱାସ ର ସହ ପୁରୀର ଜନସାଧାରଣ ଙ୍କ ସହ ରହିବୁ ଏବଂ ସେମାନଙ୍କ ହକ ର ଲଢେଇ ଲଢ଼ିବୁ ।