ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାଦଲ ଫଟା ବର୍ଷା

0
58

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୮) : ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାଦଲ ଫଟା ବର୍ଷା । ୬ ଘଣ୍ଟାରେ ୨୫୮ ମିଲିମିଟର ବର୍ଷା ରେକର୍ଡ । ପ୍ରବଳ ବର୍ଷା ଯୋଗୁଁ ଉବୁଡୁବୁ ଭୁବନେଶ୍ବର ।

ଅନେକ ଅଞ୍ଚଳରେ ପାଣି ଜମି ରହିଥିବାବେଳେ ଘରେ ପଶିଛି ପାଣି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଇଗିଣିଆ ରାଜୀବ ନଗରରୁ ଆସିଛି ପାଣି ଘେରରେ ଥିବା ଲୋକଙ୍କ ଦୁର୍ଦ୍ଦିନ ଚିତ୍ର । ସ୍ମାର୍ଟସିଟିରେ ଚାଲିଲା ବୋଟ । ଦୀର୍ଘ ୩ ଘଣ୍ଟା ପାଣି ଭିତରେ ଫସି ରହିଥିବା ଲୋକଙ୍କୁ ବୋଟରେ ଯାଇ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଗତକାଲି ରାଜ୍ୟରେ ଏତେ ମାତ୍ରାରେ ର୍ବୋ ହୋଇଛି ଯେ, କିଛି କିଛି ସ୍ଥାନରେ ଏବେବି ପାଣି ଭରି ହୋଇ ରହିଛି । ରାଜଧାନୀ ଭୁବନେଶ୍ୱର କଥା ନକହିବା ଭଲ। ଉବୁଟୁବୁ ହେଉଛି ଭୁବନେଶ୍ୱର। ଅବପାତର ରୂପ ନେଲା ସୁଦୃଶ ଲଘୁଚାପ । ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ହେବ ପରିଣତ । ଗଭୀର ଅବପାତ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।