ଗ୍ରାହକଙ୍କୁ ଆଶ୍ୱସ୍ତି, ଖସିଲା ଗ୍ୟାସ୍‌ ଦର

0
60

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୮) : ଅଗଷ୍ଟ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ଖସିଲା ଏଲପିଜି ସିଲିଣ୍ଡର ଦାମ୍ । ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି ।

୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦର ୯୯.୭୫ ଟଙ୍କା କମିଛି । ଦର ହ୍ରାସ ପରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧,୬୮୦ ଟଙ୍କାରେ ପହଞ୍ଚିଛି । କୋଲକତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୮୯୫.୫୦ ରୁ ଖସି ୧୮୦୨.୫୦, ଚେନ୍ନାଇରେ ୧୯୪୫.୦୦ରୁ ଖସି ୧୮୫୨.୫୦ ଟଙ୍କାରେ ପହଞ୍ଚିଛି । ତେବେ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ହୋଇନାହିଁ । ଗତ ଜୁନ୍‌ ପହିଲାରେ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦାମ ୮୩ ଟଙ୍କା କମିଥିଲା । ଜୁଲାଇ ୧ ତାରିଖରେ ଗ୍ୟାସ୍‌ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା ।

କିନ୍ତୁ ୪ ଜୁଲାଇରେ ଅୟଲ ମାର୍କେଟିଂ କମ୍ପାନୀ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୭ଟଙ୍କା ବଢ଼ାଇଥିଲେ । ଦେଶର ତୈଳ କମ୍ପାନୀମାନେ ପ୍ରତି ମାସ ପହିଲାରେ ୧୪ କିଲୋ ଘରୋଇ ଗ୍ୟାସ ଓ ୧୯ କେଜି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ସ୍ଥିର କରିଥାନ୍ତି । ଘରୋଇ ଗ୍ୟାସ୍‌ ଦାମ ଦୀର୍ଘ ଦିନ ହେଲାଣି ସ୍ଥିର ରହିଛି । ଏହା ଶେଷ ଥର ଗତ ମାର୍ଚ୍ଚରେ ୫୦ ଟଙ୍କା ବଢ଼ିଥିଲା । ଏହାପରଠୁ ଘରୋଇ ଗ୍ୟାସ୍‌ ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନି ।