ଗୁଣପୁର ଠାରେ ଦିବ୍ୟଦର୍ଶନ ସଂଘର ସତ୍ ସଂଘ ଅନୁଷ୍ଠିତ

0
107

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧/୮) : ଆଜି ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଦ୍ଵାରା ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ଆନୁକୁଲ୍ୟରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ନିକଟସ୍ଥ ଦିବ୍ୟ ଦର୍ଶନ ଆଶ୍ରମ ମଧ୍ୟରେ ଶ୍ରାବଣ ପର୍ଣ୍ଣମୀ ଉପଲକ୍ଷେ ସତ୍ ସଂଘର ବ୍ୟବସ୍ଥା କରାଯାଇଥିଲ ।WhatsApp Image 2023 08 01 at 18.33.57 ଗୁଣପୁର ଠାରେ ଦିବ୍ୟଦର୍ଶନ ସଂଘର ସତ୍ ସଂଘ ଅନୁଷ୍ଠିତ

ଉକ୍ତ ସତ୍ ସଙ୍ଘରେ ମଞ୍ଚାସୀନ ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଥିକାରୀ ତଥା ବରିଷ୍ଠ ଗୁରୁ ଭାଇ ଶ୍ରୀ ଧନଞ୍ଜୟ ବେହେରା, କେନ୍ଦ୍ରୀୟ କମିଟିର ସଦସ୍ୟ ଶ୍ରୀ ବାସିନୀ ଭୂଜଙ୍ଗ ରାଓ, ଲାଡି ଉଦୟ ଶଙ୍କର ଭାଇ, ହରିହର ସ୍ବାଇଁ ଭାଇ ଏବଂ ଦ୍ଵିତିକୃଷ୍ଣ ସେନାପତି ଭାଇ ଯୋଗଦାନ କରି , ସଦ ଗୁରୁ ଶ୍ରୀ ଅର୍ଜୁନଙ୍କର ଦିବ୍ୟ ଦର୍ଶନ ସଂଘର ଦର୍ଶନ ତତ୍ତ୍ବ ଉପରେ ଆଲୋକପାତ କରିଥିଲେ । ଦିବ୍ୟ ଦର୍ଶନର ସାତୋଟି ଦୈବୀ ଗୁଣ ରହିଛି ସେଗୁଡିକ ଯଥା, ତ୍ୟାଗ, ସଞ୍ଜମ, ସାଧନା, ସେବା, ସତ୍ୟ, ପ୍ରେମ ଓ କ୍ଷମା । ଦୈବୀ ଗୁଣ ଧାରଣ କରି ଆତ୍ମଜ୍ଞାନ ଶିକ୍ଷା କଲେ ମନୁଷ୍ୟ ଭିତରେ ଥିବା ସମସ୍ତ ପାପ ନଷ୍ଟ ହୋଇ ନିଜେ ଶୁଦ୍ଧ, ପବିତ୍ର ହୋଇପାରିବ । ମନୁଷ୍ୟ ଭିତରେ ଅନନ୍ତ ଦିବ୍ୟ ଶକ୍ତି ଭର ପୁର ହୋଇ ରହିଛି ।

ଆତ୍ମଜ୍ଞାନ ଶିକ୍ଷା କଲେ ସମସ୍ତ କିଛି ରହସ୍ୟ ଜାଣି ପାରିବ ଏ ବିଷୟରେ ଆଲୋଚନା କରାଗଲା । ଶେଷରେ ଶ୍ରୀ ଭୁଜଙ୍ଗ ଭାଇ ଦିବ୍ୟ ଦର୍ଶନର ପଦ୍ଧତି ପ୍ରକାରେ ଶ୍ରୀ ଡ଼ମ୍ବୁରୁ ପୃଷ୍ଟି ଏବଂ ଶ୍ରୀମତୀ ହରପ୍ରିୟା ପୃଷ୍ଟିଙ୍କ ଦ୍ୱିତୀୟ ସନ୍ତାନଙ୍କ ସ୍ଵୟଂ ପ୍ରକାଶର ଅନ୍ନପ୍ରାସନ ସଂସ୍କାର କରି ଆଶୀର୍ବାଦ ପ୍ରଦାନ କରିଥିଲେ ।ସମସ୍ତେ ଗୁରୁ ଭାଇ ଭଉଣୀ ମାନେ ପୁତ୍ର ସନ୍ତାନଙ୍କୁ ଶୁଭ କାମନା ଆଶୀର୍ବାଦ ପ୍ରଦାନ କରିଥିଲେ । ଉକ୍ତ ସତ୍ ସଙ୍ଗରେ ସର୍ବ ଶ୍ରୀ ଜନାର୍ଦ୍ଦନ ସେନାପତି, ଉଦୟ ଶବର, ଏମନା ମୂର୍ତ୍ତି, ବଳରାମ ଲିମା, ପି ଗୋପାଳ ରାଓ ,କାହ୍ନା ସ୍ବାଇଁ, ଯାଦବ ବେହେରା, ସିମାଞ୍ଚଳ ବେହେରା, ସୋଭାପାଲକା ଭଉଣୀ, ଉର୍ମିଳା ଭଉଣୀ, ଶ୍ରୀଦେବୀ ଭଉଣୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗଦାନ କରିଥିଲେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।