1. Big News: ଜିଏମ କଲେଜରେ ଆକ୍ରମଣ କରି ୨ ବିଜୁ ଛାତ୍ର ଜନତା ଦଳ ଛାତ୍ର ଗିରଫ

0
68
ଜିଏମ କଲେଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୩/୦୮) : ଅଶାନ୍ତ ସମ୍ବଲପୁର ଜିଏମ କଲେଜ କ୍ୟାମ୍ପସ । ବର୍ଷେ ପରେ ପୁଣି ବିଜୁ ଛାତ୍ର ଜନତା ଦଳର ଛାତ୍ର ମାନେ ଜିଏମ କଲେଜ କ୍ୟାମ୍ପସରେ ଗୁଣ୍ତା ଗଦ୍ଦି

ଛାତ୍ରଙ୍କୁ ଆକ୍ରମଣ କରି ଗିରଫ ହେଲେ ୨ ବିଜୁ ଛାତ୍ର ଜନତା ଦଳ ସଦସ୍ୟ । ଜିଏମ କଲେଜରେ ସମ୍ଵଲପୁରୀ ଦିନ ପାଳନ ବେଳେ ବିଜୁ ଯୁବ ଛାତ୍ର ଜନତା ଦଳର ଜଣେ ଛାତ୍ର ନିଶାଶକ୍ତ ହୋଇ ଗଣ୍ତଗୋଳ କରିଥିଲେ । ଘଟଣା ନେଇ ଛାତ୍ରମାନେ କୁଳପତିଙ୍କୁ ଅଭିଯୋଗ କରି ଫେରୁଥିଲେ । ଏହି ସମୟରେ କଲେଜ ଗେଟରେ ବିଜୁ ଛାତ୍ର ଜନତା ଦଳର ଛାତ୍ର କିଛି ଅଣଛାତ୍ରକୁ ଆଣି ଅଭିଯୋଗକାରୀ ମାନଙ୍କୁ ଆକ୍ରମଣ କରିଥିଲେ । ଘଟଣା ନେଇ ଟାଉନ ଥାନା ପୋଲିସ ବିଜୁ ଛାତ୍ର ଜନତା ଦଳର ତନ୍ମୟ ବାଗ ଓ ସିଦ୍ଦାଥ ସାହୁ ସହ ଅନ୍ୟ ୨ ଅଣ ଛାତ୍ର ଗିରଫ କରିଛି । ୨୦୨୨ ଜୁଲାଇ ମାସରେ ମଧ୍ୟ ଏହି ବିଜୁ ଛାତ୍ର ଜନତା ଦଳର ସଦସ୍ୟ ମାନେ କଲେଜ କ୍ୟାମ୍ପସରେ ବନ୍ଧୁକ ଆଣି ଗୁଲି ଫୁଟାଇବା କିଛି ଛାତ୍ରକୁ ଆକ୍ରମଣ କରିଥିଲେ ।