1. Best News: ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ତିଥି ରେ ଜଡ଼ି ବୁଟି ଦିବସ ପାଳିତ

0
57
ଆଚାର୍ଯ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୮) : ସୁବର୍ଣ୍ଣପୁର ଜିଲ୍ଲା ପତ୍ଞ୍ଜଳୀ ୟୁବ ଭାରତ ତରଫରୁ ଆୟୁର୍ବେଦ ଶିରୋମଣି ତଥା ପତ୍ଞ୍ଜଳୀ ର ପ୍ରମୁଖ ଆଚାର୍ଯ୍ୟ ବାଳକୃଷ୍ଣ ଜୀଙ୍କ ଜନ୍ମ ଦିନକୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଜଡିବୁଟି ଦିବସ ଭାବେ ପାଳନ କରାଯାଇଛି ।WhatsApp Image 2023 08 05 at 09.29.34 jpeg 1. Best News: ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ତିଥି ରେ ଜଡ଼ି ବୁଟି ଦିବସ ପାଳିତ

ଏହି ଆଚାର୍ଯ୍ୟ ବାଳକୃଷ୍ଣ ଜୀଙ୍କ ଜନ୍ମ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାଏକ ଓ ସମ୍ମାନିତ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟର ଏନସିସି ର ମୁଖ୍ୟ ଲେପ୍ଟନେଣ୍ଟ ଆଶିଷ କୁମାର ଅଗ୍ରୱାଲ ଉପସ୍ଥିତ ରହି ଜଡିବୁଟି ଦିବସ ର ଉଦେଶ୍ୟ ଓ ଆୟୁର୍ବେଦ ର ବ୍ୟବହାର ରେ ମଣିଷ ଅତି ଦୁର୍ଲଭ ରୋଗ ରୁ ବଞ୍ଚି ପାରିବ ବୋଲି କହିଥିଲେ । ସେହିପରି ପ୍ରତି ପରିବାର ର ଲୋକେ ନିଜ ଘର ଅଗଣା ରେ ତୁଳସୀ, ନିମ୍ବ, ଗିଲୋଇ ରୋପଣ କରି ବ୍ଯବହାର କରିବା ଉଚିତ୍ ବୋଲି ପତ୍ଞ୍ଜଳୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା କହିଥିଲେ। ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅଫିସ ରେ ଅମଲା, ନିମ୍ବ, ପିଜୁଳି, ବେଲ ଗିଲୋଇ, ଜାମୁ ଗଛ ରୋପଣ କରା ଯାଇଥିଲା ।

ପତଞ୍ଜଳୀ ପରିବାର ର ଯୋଗ ପ୍ରଶିକ୍ଷକ ନିମେଇ ମହାକୁର, ଗୁଣନିଧି ଥନାପତି ଓ ସୂର୍ଯ୍ୟ ସାହୁ, ଜୟଦେବ ପାଢ଼ୀ, ଆକାଶ ଠେଲା, ଲୋକନାଥ ନାଏକ, ଆକାଶ ଭୋଇନା, ସିପୁନ ବିଶ୍ବାଳ, ସୂମି ନାଏକ, ରୂପାଲି ବାଗ ଓ ଅନ୍ୟାନ୍ୟ ଏନ ସି ସି ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଆଗାମୀ ଦିନରେ ପ୍ରତି ଘରେ ଜଡ଼ି ବୁଟି ର ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ ବୋଲି ପତଞ୍ଜଳୀ ପରିବାର ପକ୍ଷରୁ କୁହାଯାଇଛି ।