1. Big News: ନଦୀରେ ବୁଡ଼ି ୨ କାଉଡିଆ ନିଖୋଜ, ଜଣେ ଉଦ୍ଧାର

0
66
ନଦୀରେ ବୁଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୭/୦୮) : ନଦୀରେ ବୁଡ଼ି ପକାଇବା ବେଳେ ବୁଡ଼ିଗଲେ ଦୁଇ କାଉଡିଆ । ଜଣେ କାଉଡିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର କୌଣସି ପତ୍ତା ମିଳିନାହିଁ ।

ନଦୀରେ ବୁଡ଼ି ୨ କାଉଡିଆ ନିଖୋଜ- ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବରଦା ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଈରେ । ନିଖୋଜ କାଉଡିଆଙ୍କ ପରିଚୟ ମିଳିନାହିଁ । ନିଖୋଜ କାଉଡିଆଙ୍କ ଘର ବଡ଼ଜୟପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଶ୍ରାବଣ ମାସ ଚାଲିଥିବାରୁ କାଉଡିଆମାନେ ଦେବ ଦେବ ମହାଦେବଙ୍କ ପାଖରେ ପାଣି ଢାଳିବାକୁ ଯାଉଛନ୍ତି । ଆଜି ସୋମବାର ଥିବାରୁ ୩ ଜଣ ସାଙ୍ଗ ମହାଦେବଙ୍କ ପାଖକୁ ପାଣି ଭାର ନେଇ ବାହାରିଥିଲେ ।

ପାଣି ଭାର ନେଇ ଯିବା ପୂର୍ବରୁ ସେମାନେ ସାଳନ୍ଦୀ ନଦୀକୁ ବୁଡ଼ ପକାଇବା ପାଇଁ ଯାଇଥିଲେ । ବୁଡ ପକାଇବା ସମୟରେ ସେମାନଙ୍କ ପାଦ ଖସିଯାଇଥିଲା । ୩ ଜଣ ନଦୀରେ ବୁଡ଼ିଯାଇଥିଲେ । ୩ ଜଣ ସାଙ୍ଗ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରି ଜଣେ କାଉଡିଆଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଦୁଇ ଜଣଙ୍କର ଖବର ଲେଖାଯିବା ସୁଦ୍ଧା ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି ।