Best News: 20 ଲକ୍ଷ ଟଙ୍କା ଠକେଇ ମାମଲାରେ 12.88 ଲକ୍ଷ ଜବତ କଲା ପୁଲିସ,ଘଟଣାରେ ମୋଟ 5 ଗିରଫ

0
73
20 ଲକ୍ଷ ଟଙ୍କା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୮) : 20 ଲକ୍ଷ ଟଙ୍କା ଠକେଇ ମାମଲାରେ ୧୨.୮୮ ଲକ୍ଷ ଜବତ କଲା ପୁଲିସ, ଘଟଣାରେ ମୋଟ ୫ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ପୁଲିସ କୁ ମିଳିଛି ଏକ ବଡ ସଫଳତା ।

20 ଲକ୍ଷ ଟଙ୍କା ର ୫୦୦ ଟଙ୍କିଆ ନୋଟ ବଦଳରେ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ପାଇ ରାତା ରାତି କୋଟି ପତି ହେବା ସ୍ବପ୍ନ ଦେଖୁଥିବା ସୋନପୁର ର ରାଜେଶ୍ ମେହେର ଓ ତାଙ୍କର ଜଣେ ଭୂବନେଶ୍ଵର ସାଙ୍ଗ ମନୋଜ ବ୍ରହ୍ମା ହୋଇଥିଲେ ପରିଶେଷରେ ହୋଇଥିଲେ ଠକାମୀ ର ଶିକାର । ସୋନପୁର ର ଗୋଟେ ହୋଟେଲ ରେ ହୋଇଥିଲା ଡ଼ିଲ ସ୍ଥାନୀୟ ଘୋଡାଘାଟପଡା ର ଯୋଗେଶ୍ୱର ବେହେରା, ବରଗଡ଼ ର ଟଙ୍କଧର ବେହେରା ଓ ଶିବ ମେହେର, ଗଞ୍ଜାମ ର ବି ତ୍ରିନାଥ ରାଓ ଓ ଏ ସନ୍ତୋଷ ମିଶି ବିଛାଇ ଥିଲେ ଠକାମୀ ର ଜାଲ ।

ରାଜେଶ୍ ମେହେର ଟଙ୍କା ବେଗ ଧରି ପହଞ୍ଚି ଯାଇଥିଲେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗକୁ ଅଭିଯୁକ୍ତ ଏକ ଗାଡିରେ ରାଜେଶ୍ ଙ୍କ ଠୁ ୫୦୦ ଟଙ୍କିଆ ନୋଟଥିବା ବେଗ ଗ୍ରହଣ କଲେ । ଠିକ୍ ସେହି ସମୟରେ ପ୍ଲାନ ମୁତାବକ ଅନ୍ୟ ଅଭିଯୁକ୍ତ ଏକ ସ୍କର୍ପିଓ ଗାଡ଼ିରେ ପୁଲିସ ସାଇରନ ଦେଇ ସେ ପଟକୁ ଆସିଥିଲା ଓ ରାଜେଶ୍ ମେହେର ଙ୍କୁ ପୁଲିସ ଆସୁଛି ଅନ୍ୟ ଜାଗାକୁ ଆସି ୨୦୦୦ ଟଙ୍କିଆ ନୋଟ୍ ନେବ କହି ଖସି ଯାଇଥିଲେ ଅଭିଯୁକ୍ତ । ତାପରେ ଠକାମିର ଶିକାର ହୋଇଥିବା ରାଜେଶ ମେହେର ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

20 ଲକ୍ଷ ଟଙ୍କା ଠକେଇ ମାମଲାରେ ସୋନପୁର ପୁଲିସ କେସ ନମ୍ବର ୧୮୧/୩୦.୭.୨୩ ରେ ଦଫା ୪୨୦/୧୨୦(ବି) (ଅନୁସାରେ ଠକେଇ ମାମଲା ରୁଜ୍ଜୁ କରି ପରେ ୪୨୦/୪୬୮/୪୭୧ ଓ ୧୩୦ (ବି) ରେ ପରିବର୍ତ୍ତନ କରି ତଦନ୍ତ ଆରମ୍ଭ କରିଥିଲେ।ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏହି ଘଟଣା କୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇ ତନାଘନା ଆରମ୍ଭ କରାଇ ଶେଷରେ ପୁଲିସ ଟିମ୍ ଅଭିଯୁକ୍ତ ଙ୍କୁ ଧରିବାରେ ସକ୍ଷମ ହେଲେ । ତାଙ୍କ ଠାରୁ ନଗଦ ୧୨ ଲକ୍ଷ ୮୮ ହଜାର ଟଙ୍କା ଓ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କର୍ପିଓ ଗାଡି ଓଆର୍୦୨ବିଡବ୍ଲ୍ୟୁ ୧୦୦୦ ଓ ଏକ ଜାଲ ନମ୍ବର ପ୍ଲେଟ ଓ ୨ଗୋଟି ମୋବାଇଲ ଫୋନ ଜବତ କରିବାରେ ସକ୍ଷମ ହୋଇଛନ୍ତି ।

ଏ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବାପାଇଁ ତଲାସୀ ଅଭିଯାନ ଚାଲିଥିବା ଏସପି ସୋନପୁର ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ ପଦ୍ମାସିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।