1. big news : ନଦୀ ରେ ଭାସିଯାଇ ଯୁବକ ନିଖୋଜ : ଦୀର୍ଘ ୧୫ ଦିନ ପରେ ମୃତଦେହ ଉଦ୍ଧାର

0
81
ନଦୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୧/୮) : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଭୀମପୁର ପଞ୍ଚାୟତ ମାଲାପଦର ଘଟିଛି ଅଭାବନୀୟ ଘଟଣା । ଅଦିନିଆ ବର୍ଷାରେ ମହେନ୍ଦ୍ର ତନୟା ନଦୀ ଫୁଲି ଉଠିଥିଲା ।

କିଏ ଜାଣିଥିଲା ଅଦିନରେ ଲିଭିଯିବ ସୁବିଙ୍ଗ ଶବରଙ୍କ ଜୀବନ । ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ ୨୫ ବର୍ଷିୟ ସୁବିଙ୍ଗ ଶବର । ଗତ ୨୮.୭.୨୩ ତାରିଖ ସନ୍ଧ୍ୟାରେ ମହେନ୍ଦ୍ର ତନୟା ନଦୀକୁ ଶୌଚ ପାଇଁ ଯାଇଥିଲେ ସୁବିଙ୍ଗ । ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ମିଶି ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ ସୁବିଙ୍ଗଙ୍କ ସନ୍ଧାନ ମିଳିନଥିଲା କିନ୍ତୁ ମହେନ୍ଦ୍ର ତନୟା ନଦୀ ହୁଡ଼ାରେ ସୁବିଙ୍ଗଙ୍କ ପୋଷାକ, ଜୋତା ଓ ଟର୍ଚ୍ଚ ପଡ଼ିଥିବା ଦେଖିବାକୁ ମିଳିଥିଲା ।

କାଳେ ସୁବିଙ୍ଗ ନଈରେ ଭାସିଯାଇଥିବା ସନ୍ଦେହ କରି ଗ୍ରାମବାସୀ ଗୁଣପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ଦୁଇ ଦିନ ଖୋଜାଖୋଜି କରିବା ପରେ ସୁବିଙ୍ଗ ଙ୍କ ସନ୍ଧାନ ମିଳିନଥିଲା । ନିଖୋଜ ସମୟରେ ସୁବିଙ୍ଗ ଟାଇଫଏଡ୍ ଜ୍ବରରେ ଆକ୍ରାନ୍ତ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଆଜି ଦୀର୍ଘ ୧୫ ଦିନ ପରେ ସାନ ନଦୀ ପୋଲ ନିକଟରେ ସୁଵିଙ୍ଗଙ୍କ ମୃତଦେହ ଠାବ ହୋଇଛି । ସଙ୍ଗେ ସଙ୍ଗେ ପୁଟାସିଙ୍ଗ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।