1. big news : ଗୁଣପୁର ତହସିଲଦାର ପାଇଲେ ଭୂମି ସମ୍ମାନ

0
115
ଗୁଣପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୧/୮) : ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକଙ୍କୁ ଭୂମି ସମ୍ମାନ ରେ ସମ୍ମାନିତ କରିଛନ୍ତି ରାଜ୍ୟ ସରକାର ।

ନିଜର ନିରବଚ୍ଛିନ୍ନ ସେବା ଓ କୁଶଳ କାର୍ଯ୍ୟଦକ୍ଷତା ପାଇଁ ସେ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ୧୦ ତାରିଖ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଖତିଆନ କମ୍ପ୍ୟୁଟରୀକରଣ, ମ୍ୟାପ ଆଧୁନିକୀକରଣ, ଅନ ଲାଇନ ଜମି ପଞ୍ଜିକରଣ, ଖତିଆନ ସହ ମ୍ୟାପ ସଂଯୋଗିକରଣ, ରେକର୍ଡ ରୁମ୍ ଆଧୁନିକୀକରଣ ଆଦି କାର୍ଯ୍ୟ କରିବାରେ ଅଗ୍ରଣୀ ଭୂମିକା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ନିକଟରେ ଭାରତ ସରକାରଙ୍କ ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦ୍ୱାରା ଏହି ଭୂମି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ପରେ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ଓ କୋଲନରା ତହସିଲଦାର ନୀଳକଣ୍ଠ ନାଇଡୁଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ଠାରେ ଟ୍ରଫି, ମାନପତ୍ର ସହ ଭୂମି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଭୂମି ସମ୍ମାନରେ ସମ୍ମାନିତ ହେବାପରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।