1. Best News : ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ମୃତ ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ

0
54
ଆରକ୍ଷୀ ଅଧିକ୍ଷକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୧/୦୮) : ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆଜି ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଦୁର୍ଘଟଣାରେ ମୃତ ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ।WhatsApp Image 2023 08 10 at 21.43.33 1. Best News : ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ମୃତ ହୋମଗାର୍ଡ ଓ ଡ୍ରାଇଭରଙ୍କ ପରିବାରକୁ ସହାୟତା ପ୍ରଦାନ

ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ହୋମଗାର୍ଡ ଜଗନ୍ନାଥ ମେହେର ଓ ବେସରକାରୀ ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ପରିବାରକୁ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ବୌଦ୍ଧ ଜିଲ୍ଲା କମଳପୁର ଗ୍ରାମ ନିକଟରେ ହୋଇଥିବା ଦୁର୍ଘଟଣାରେ କାର୍ଯ୍ୟରତ ଅବସ୍ଥାରେ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର ଓ ବେସରକାରୀ ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ମୃତ୍ୟୁ ହୋଇଥିଲା l

ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ୟମକ୍ରମେ ବୌଦ୍ଧ ଜିଲ୍ଲା ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ସହଯୋଗର ହାତ ବଢାଇଥିଲେ l ସମସ୍ତଙ୍କ ସହାୟତାରେ ୨ ଲକ୍ଷ ୩୨ ହଜାର ୫୦ ଟଙ୍କା ସଂଗୃହିତ ହୋଇଥିଲା l ସଂଗୃହିତ ରାଶିକୁ ଉଭୟ ପରିବାରକୁ ୧ ଲକ୍ଷ ୧୬ ହଜାର ୨୫ ଟଙ୍କା ଲେଖାଏଁ ସାନ୍ତ୍ବନା ମୂଳକ ସହାୟତା ଭାବେ ପ୍ରଦାନ କରାଯାଇଛି l

ଜଗନ୍ନାଥ ମେହେର ବାପା ଝରିଆ ମେହେର ଓ ବେସରକାରୀ ଡ୍ରାଇଭର ପ୍ରଶାନ୍ତ ରଣାଙ୍କ ପିତା ଅକ୍ରୁର ରଣା ନିଜ ପରିବାର ସଦସ୍ୟଙ୍କ ସହ ସାମିଲ ହୋଇ ସହାୟତା ରାଶି ଗ୍ରହଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଏବଂ ପୋଲିସ ଅଧିକାରୀଙ୍କ ସମତେ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ l