1. Best News : ତାଲା ଭାଙ୍ଗି ଉଦ୍ଘାଟନ କଲେ ଶୌଚାଳୟ

0
70
ତାଲା ଭାଙ୍ଗି

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୭/୦୮) : ତାଲା ଭାଙ୍ଗି ଉଦ୍ଘାଟନ କଲେ ଶୌଚାଳୟ । ଏମିତି ଘଟଣା ଦେଖିବାକୁ ମିଳୁଛି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ସଦର ମହକୁମାରେ ।

ତାଲା ଭାଙ୍ଗି ଉଦ୍ଘାଟନ କଲେ ଶୌଚାଳୟ: ବିଷମକଟକ ବିଜୁ ପଟ୍ଟନାୟକ ବସ୍ ଷ୍ଟାଣ୍ଡରେ ପ୍ରାୟ ପଞ୍ଚ ବର୍ଷ ଧରି ଯାତ୍ରୀ ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି । କିନ୍ତୁ ଉଦ୍ଘାଟନ ହୋଇପାରୁନି । ପ୍ରାୟ ପ୍ରତେକ ଦିନ ବ୍ଲକ ର ୨୧ ପଞ୍ଚାୟତର ଲୋକ,ମା ମର୍କମା କଲେଜ୍ ର ଛାତ୍ର ଛାତ୍ରୀ, ସ୍ଥାନୀୟ କ୍ରିଷ୍ଟିୟନ୍ ହସ୍ପିଟାଲ୍ କୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ହଜାର ହଜାର ସଂଖ୍ୟାରେ ରେ ଏହି ବସଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି । ବସଷ୍ଟାଣ୍ଡ ନିର୍ମାଣ ହୋଇ ବହୁବର୍ଷ ବିତିଯାଇଥିଲେ ମଧ୍ୟ ଶୌଚାଳୟ ଭଳି ମୌଳିକ ସୁବିଧା ଯାତ୍ରୀ ପାଇ ପାରୁନାହାନ୍ତି । ଏଥି ପାଇଁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଏ ବାବଦରେ ବିଷମ କଟକ ଘରେଇ ବସ୍ ମାଲିକ ସଂଘ ଓ ଡ଼୍ରାଇଭର ସଂଘ ପକ୍ଷରୁ ବାରମ୍ବାର ପ୍ରଶାସନ କୁ ଜଣାଇଲେ ମଧ୍ୟ ତାହାର କୌଣସି ଫଳ ପ୍ରଦ ହୋଇପାରିଲା ନାହିଁ । କାରଣ ନ ଥାଇ ପ୍ରତିଶ୍ରୁତି ପରେ ପ୍ରତି ଶ୍ରୁତି ଦେଇ ପ୍ରାୟ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫଳ ପ୍ରଦ ହୋଇପାରିନି । ଏପଟ ନିୟମିତ ଯାତ୍ରୀ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି । ଏପରି କ୍ଷେତ୍ରରେ କୌଣସି ଉପୟ ନ ପାଇ ଆଜି ଘରୋଇ ବସ୍ ମଲିକ ସାଙ୍ଗ ଓ ଡ଼୍ରାଇଭର ସଂଘ ର ଶତାଧିକ କର୍ମ କର୍ତ୍ତା ଙ୍କ ଦ୍ୱାରା ତାଲା ଭାଙ୍ଗି ଶୌଚାଳୟ ର ଉଦ୍ଘାଟନ କରାଯାଇଛି ।