1. Best News : କୋରାପୁଟ ରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

0
81
କୋରାପୁଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୬/୮) : କୋରାପୁଟ ପୋଲିସ ପଡ଼ିଆ ଠାରେ ୭୭ ତମ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରି ମାନ୍ୟବର ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ ।WhatsApp Image 2023 08 16 at 20.55.19 1 1. Best News : କୋରାପୁଟ ରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଏହି ସ୍ବାଧିନତା ଦିବସ ସମାରୋହରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ ଏମ୍‌ ଅଖତାର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ସମେତ କୋରାପୁଟ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଝିନ ହିକକା,କୋରାପୁଟ ବିଧାୟକ ତଥା ଜିଲ୍ଲା ପ୍ ଯୋଜନା ବୋର୍ଡ ଅଧ୍ୟକ୍ଷ, ଶ୍ରୀ ରଘୁରାମ ପଡାଲ, କୋଟପାଡ଼ ପୂର୍ବତନ ବିଧାୟକ ତଥା ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ମଞ୍ଚାସୀନ ଥିବା ଦେଖାଯାଇଥିଲା । ଏହି ଉତ୍ସବରେ ଓଡ଼ିଶା ଲୋକସେବା ଆୟୋଗର ପରୀକ୍ଷାରେ କୃତୀତ୍ଵ ଲାଭ କରିଥିବା ଜିଲ୍ଲାର ୮ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ୨ ଜଣ ମାଣ୍ଡିଆ ଚାଷୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ବିଭିନ୍ନ ବିଭାଗର ୨୬ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତନ୍ମଧ୍ଯରୁ କୁନ୍ଦୁରା ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ସୁମିତ୍ରା ଖରା, ଜୟପୁର ଟାଉନ୍ ଥାନାର ଉପ ନିରୀକ୍ଷକ ସିଦ୍ଧାନ୍ତ ବେହେରା, ଜୟପୁର ବନଖଣ୍ଡରେ କାର୍ଯ୍ୟରତ ବନପାଳ ଦେବେନ୍ଦ୍ର କୁମାର ନାୟକ, ବୋରିଗୁମ୍ମା ବ୍ଲକ୍ କୁମୁଲି ପଞ୍ଚାୟତରେ କାନର୍ଯ୍ୟରତ ନିର୍ବାହୀ ଅଧିକାରୀ ପ୍ରଳୟ କୁମାର ତ୍ରିପାଠୀ, ବୋରିଗୁମ୍ମା ବ୍ଲକରେ କାର୍ଯ୍ୟରତ ଗ୍ରାମରୋଜଗାର ସେବକ ବିଘ୍ନରାଜ କର୍ଜି, ସେମିଳିଗୁଡ଼ା ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ଜାନୀ ପ୍ରମୁଖ ଉଲ୍ଲେଖଯୋଗ୍ୟ ।

ପ୍ରଥମ ଭାରତୀୟ ସଂରକ୍ଷିତ ବାହିନୀ, ୭ମ ସ୍ଵତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ, osap ୩ୟ ବାଟାଲିୟନ୍ ସହିତ ସମୁଦାୟ ୨୪ଟି ଦଳ ମିଳିତ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିଲେ । ଏଥି ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ପ୍ରାୟ ୬୬ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।