1. Best News : ବ୍ରାଉନ ସୁଗାର ବେପାର ବେଳେ ମାଡି ବସିଲା ପୋଲିସ

0
68
ବ୍ରାଉନ ସୁଗାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ବର, (୧୭/୦୮) : ବ୍ରାଉନ ସୁଗାର ବେପାର ବେଳେ ମାଡି ବସିଲା ତମାଣ୍ଡୋ ପୋଲିସ । କଳିଙ୍ଗ ବିହାର ନିଳକଣ୍ଠେଶ୍ବର ମନ୍ଦିର ପାଖରେ ବ୍ରାଉନ ସୁଗର ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ପୋଲିସର ଚଢାଉ ।

ଯୁବକ ଜଣକ ପରିଚୟ ଦୀପକ ବେହେରା ହୋଇଥିବା ବଳେ ତାର ସହଯୋଗୀ ଅଜୟ ମହାନ୍ତିକୁ ମଧ୍ୟ ଗିରଫ କରିଛି ପୋଲିସ । ଏହି ଘଟଣାରେ ଯୁବକ ଠାରୁ ୨୮୦ ଗ୍ରାମର ବ୍ରାଉନ-ସୁଗାର ଜବତ ହୋଇଥିବା ବେଳେ ଏକ ଫୋନ ମଧ୍ୟ ଜବତ କରାଯାଇଛି । ପୋଲିସ ସୂଚନାନୁଯାୟୀ ଦୀପକ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଖାପାଖି ବର୍ଷେ ୨ ବର୍ଷ ହେଲାଣି ବ୍ରାଉନ ସୁଗାର ବେପାର କରି ଆସୁଥିଲା ।