1. Best News : ଋଣ ଭାରରୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

0
54
ଋଣ ଭାରରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୧୭/୦୮) : ଋଣ ଭାରରୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ : – ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ପଟାଚାଞ୍ଚାଡ଼ା ଗାଁ’ର ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ମୃତକ ଚାଷୀ ହେଲେ ଗୌରଚନ୍ଦ୍ର ।

ଚାଷ କାମ କରୁଥିବାବେଳେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର mkcg ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ସେ ଋଣ କରି ମକା ଏବଂ ଧାନ ଫସଲ କରିଥିଲେ । ଗରିବ ହୋଇଥିବାରୁ ବହୁ ଧାର କରଜ କରି ଚାଷ କରୁଥିଲେ ଏବଂ ନିଜ ପରିବାରର ଗୁଜରାଣ ମେଣ୍ଟାଉଥିଲେ । ଏବେ କିନ୍ତୁ ଘର ଚଳାଇବାକୁ କେହି ନାହାନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି।