Best News : 11 କେଭି ବିଦ୍ୟୁତ ତାର ସଂସ୍ପର୍ଶ ଆସି ଛାତ୍ର ମୃତ

0
64
11 କେଭି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୮) : 11 କେଭି ବିଦ୍ୟୁତ ତାର ଆଘାତରେ ଜଣେ ଯୁକ୍ତଦୁଇ ଛାତ୍ର ମୃତ l ମୃତକ ଛାତ୍ର ହେଲେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବାଙ୍କବିଜା ଗାଁ’ର ଧର୍ମରାଜ ବାଗ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ହୋଇଛି l

11 କେଭି ବିଦ୍ୟୁତ ତାର ସଂସ୍ପର୍ଶ ଆସି ଛାତ୍ର ମୃତ: ଆଜି ସକାଳୁ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ନିଜ ଘରେ ଥିବା ଛେଳି କୁ ଖାଇବାକୁ ଦେବା ପାଇଁ ଗଛ ଡାଳ ଭାଙ୍ଗିବାକୁ ଯାଇଥିଲେ l ସେହି ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପରିବାର ଲୋକେ ଆଣିଥିଲେ l ହେଲେ ସେଠାରେ ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ମକଦ୍ଦମା ରୁଜ୍ଜୁ କରି ଅଧିକ ତଦନ୍ତ ଜାରିରଖିଛି l