1. Best News : ରାୟଗଡା ଅତିରିକ୍ତ ଜିଲ୍ଳାପାଳ ସାଧାରଣ ଭାବେ ଭାସ୍କର ରୋଇତଙ୍କ ଯୋଗଦାନ

0
65
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୭/୮) : ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ସାଧାରଣ ଭାବେ ଭାସ୍କର ରlଇତ, ଓଏଏସ (ବରିଷ୍ଠ) ଗତକାଲି ତା ୧୬/୦୮ /୨୩ ରିଖରେ କାର୍ଯ୍ୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅତିରକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିବା ପ୍ରକଳ୍ପ ପ୍ରଶାସକ ଆଇତିଡିଏ ଶ୍ରୀ ଦିଲ୍ଲୀପ କୁମାର ବେହେରାଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ରlଇତଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ରୋଇତ ଏଥି ପୂର୍ବରୁ ନବରଙ୍ଗପୁର ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ପାଖାପାଖି ୨ବର୍ଷ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିଲେ । ସେ ନବରଙ୍ଗପୁର ଜିଲ୍ଳାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଉପଜିଲ୍ଳାପାଳ ଭାବେ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଦାୟିତ୍ୱ ତୁଲାଇ ଥିଲେ ।

ବର୍ତମାନ ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିକାଶରେ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି,ତତ୍କାଳୀନ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କ ଦେଓଗଡ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି ହେବା ଥିବା ବେଳେ ଶ୍ରୀ ରାଇତଙ୍କୁ ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ବଦଳି ହୋଇଥିଲା ।