1. Best News : ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ ଆଜି ରାମନଗୁଡ଼ା, ଗୁଣପୁର, ପଦ୍ମପୁର ତହସିଲ ପରିଦର୍ଶନ

0
84
ଅତିରିକ୍ତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୭/୦୮) : ଅତିରିକ୍ତ ଜିଲ୍ଲାପାଳ, ରାୟଗଡା, ଶ୍ରୀ ରାମେଶ୍ୱର ପ୍ରଧାନ ଆଜି ରାମନଗୁଡ଼ା, ଗୁଣପୁର ଓ ପଦ୍ମପୁର ତହସିଲ ପରିଦର୍ଶନରେ ଯାଇଥିଲେ ।WhatsApp Image 2023 08 17 at 17.27.08 1 1. Best News : ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ ଆଜି ରାମନଗୁଡ଼ା, ଗୁଣପୁର, ପଦ୍ମପୁର ତହସିଲ ପରିଦର୍ଶନ

ରାଜସ୍ଵ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଜମିଜମା ସମସ୍ୟା ଉପରେ ତହସିଲଦାର ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ରାଜସ୍ଵ ମାମଲା ଗୁଡ଼ିକର ଫୈସଲା କରିବା ସମୟରେ ଯେପରି ସ୍ଵଚ୍ଛତା ଓ ସାଧୁତା ବଜାୟ ରଖିବା ସଙ୍ଗେ ସଙ୍ଗେ ସମୟସୀମା ଭିତରେ ସେବା ପ୍ରଦାନ କରାଯାଇ ପାରିବ ସେଥିପ୍ରତି ଅଧିକ ଯତ୍ନବାନ ରହିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାମନଗୁଡ଼ା ତହସିଲ ରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବାପାଇଁ ଚିହ୍ନଟ ହୋଇଥିବା ଜାଗାକୁ ବୁଲି ଦେଖିବା ସହିତ ପଦ୍ମପୁର ତହସିଲ ଅନ୍ତର୍ଗତ ଜାଗମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ଉଦ୍ଧିଷ୍ଟ ଜମି କୁ ଯାଇ ଅନୁଧ୍ୟାନ କରିଥିଲେ । ଶ୍ରୀ ପ୍ରଧାନଙ୍କ ଏହି ପରିଦର୍ଶନ ସମୟରେ ରାମନଗୁଡ଼ା ତହସିଲଦାର ଶ୍ରୀ ନିର୍ମଳ ନାୟକ, ଗୁଣୁପୁର ତହସିଲଦାର ଶ୍ରୀ ଶରତ ନାୟକ, ପଦ୍ମପୁର ତହସିଲଦାର ଶ୍ରୀମତୀ ଗୀତାଞ୍ଜଳି ବେହେରା ଙ୍କ ସମେତ ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, କ୍ଷେତ୍ରଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।