1. Best News : କଂଗ୍ରେସ ତରଫରୁ ବ୍ଲକ ଘେରାଓ: ଦୁର୍ନୀତି ନେଇ ବିକ୍ଷୋଭ

0
60
କଂଗ୍ରେସ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୮) : ଆଜି ରାଜ୍ୟ କଂଗ୍ରେସ ର ଡାକରା କ୍ରମେ କାଶୀନଗର ବ୍ଲକ କୁ ଘେରାଓ କରିଛି ବ୍ଲକ କଂଗ୍ରେସ

ରାଜତ ରେ ଥିବା ବିଜେଡି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଦୁର୍ନୀତି, ଭ୍ରଷ୍ଟାଚାରରେ ବୁଡି ରହିଛନ୍ତି । ସାଧାରଣ ଖାଉଟିକୁ ମାରି କମ୍ପାନୀ ମାନଙ୍କୁ ଉଭୟ ସରକାର ପ୍ରତ୍ସାହିତ କରୁଥିବା ଓ ବ୍ଲକ ଗୁଡିକରେ ପିସି କାରବାର ବୃଦ୍ଧି ରୋକିବା ଓ ପ୍ରିୟା ପ୍ରୀତି ତୋଷଣ, ଅଫିସର ରାଜ ବନ୍ଦ କରିବା, ଟାଟା କମ୍ପାନୀର ଶୋଷଣ ବିରୁଦ୍ଧରେ ଆଜି ରାଜ୍ୟର ୩୧୪ ଟି ବ୍ଲକ ରେ କଙ୍ଗ୍ରେସ ଘେରାଓ କାର୍ଯ୍ୟକ୍ରମ ରଖିଥିଲା ।

କାଶୀନଗର ବ୍ଲକ କଂଗ୍ରେସ ତରଫରୁ ଆଜି ର ଏହି ସୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ କଙ୍ଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଅବସର ପ୍ରାପ୍ତ ଏଇ ଏସ ଅଫିସର ଶ୍ରୀ ବିଜୟ ପଟନାୟକଙ୍କ ଉପସ୍ଥିତିରେ ବ୍ଲକ କଙ୍ଗ୍ରେସ ସଭାପତି ଶ୍ରୀ ରାମ ପ୍ରସାଦ ପଟନାୟକ, ଯୁବ ନେତା ଶୁଭ୍ରାଂଶୁ ପାତ୍ର, ୱାଇ ରାଜୁ, କେ ତେଜେଶ୍ୱର, କୌଣସିଲାର କେ ରାଜେଶ, ଏମ ଆଦିନାରାୟଣା ଙ୍କ ସହ ବହୁ କଂଗ୍ରେସ କର୍ମୀ ଓ ନେତା ସ୍ଥାନୀୟ ବ୍ଲକ ଅଫିସ କୁ ଘେରାଉ କରି ରାଜ୍ୟ ଓ କେନ୍ଦ୍ର ବିରୋଧ ରେ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅତିଥି ଶ୍ରୀ ବିଜୟ ପଟନାୟକ ଉପସ୍ଥିତ କର୍ମୀ ଙ୍କୁ ଉତ୍ସାହିତ କରି ଭାଷଣ ଦେଇଥିଲେ ଓ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ତୃଣମୂଳ ସ୍ତର ରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।