1. Best News : ଅପରାଧିକ କାର୍ଯ୍ୟକଳାପ ନେଇ ପୋଲିସ୍ ର ସ୍ୱତନ୍ତ୍ର ପୋର୍ଟାଲ

0
60
ଅପରାଧିକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୯/୦୮) : ଅପରାଧିକ କାର୍ଯ୍ୟକଳାପ ନେଇ ପୋଲିସ୍ ର ସ୍ୱତନ୍ତ୍ର ପୋର୍ଟାଲ : –  ଆଜିର ଦୁନିଆରେ ଇଣ୍ଟରନେଟ ସେବା ଦ୍ୱାରା ସବୁ କାର୍ଯ୍ୟ କରାଯାଉଛି ।

ଅପରାଧିକ କାର୍ଯ୍ୟକଳାପ: ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବଢିବା ସହିତ ସମସ୍ତେ ଏଥିରେ ଅଭ୍ୟସ୍ତ ହୋଇଗଲେଣି । ମୋବାଇଲ ହେଉ କି କମ୍ପ୍ୟୁଟର ହେଉ ଏହା ଜରିଆରେ ନେଟ୍‌ ବ୍ୟବହାର କରି ଦୁନିଆର ସବୁ ଜିନିଷ ଜାଣି ହେଉଛି । ସେ ଭିତରେ ସୋସିଆଲ ମିଡ଼ିଆର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଆଗକାଳରେ ସକାଳୁ ଉଠିଲା ମାତ୍ରେ ଆଗ ପ୍ରଭୁଙ୍କ ନାମ ନ ଧରିଲେ ନିଜର ଦୈନନ୍ଦିନ କାର୍ଯ୍ୟ କରୁନଥିଲେ । କିନ୍ତୁ ଏବେ ଉଠିଲା ମାତ୍ରେ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

ସେହିପରି ଏହି ସେବାର ବହୁଳ ବ୍ୟବହାର ପରେ ଅପରାଧିକ କ୍ରାଇମର ପରିମାଣ ମଧ୍ୟ ବହୁତ ବଢି ଯାଉଛି, ଏହାକୁ ଆଖି ଆଗରେ ରଖି ଟିଟିଲାଗଡ ପୋଲିସ ପକ୍ଷରୁ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟରେ ସାଇବର କ୍ରାଇମ ସଚେତନତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଣବ ପୁରୋହିତ, ଥାନାଧିକାରୀ ମନୋଜ କୁମାର ପ୍ରଧାନ, ସାଇବର ଥାନା ଏସ୍‌ ଆଇ ଅଭିନାସ ନାୟକ, ଟିଟିଲାଗଡ ଥାନାର ଏସ୍‌ ଆଇ ଦେବାଶିଷ ଶତପଥୀ ମଞ୍ଚାସୀନ ଥିଲେ ।

ଏହି ସଚେତନତା ସଭାରେ ଭୂମିକା କ’ଣ ରହିଛି ସାଇବର କ୍ରାଇମ କାହାକୁ କୁହାଯାଏ ? ସୋସିଆଲ ମିଡିଆରେ କିପରି ଫ୍ରଡ କରାଯାଉଛି ? କିପରି ସାଇବର କ୍ରାଇମ୍ ଘଟୁଛି ? କେଉଁ କେଉଁ ପ୍ରକାରର ସାଇବର କ୍ରାଇମ ହେଉଛି ଏଥିପାଇଁ କ’ଣ କ’ଣ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ସହ ସତର୍କ ରହିବାକୁ ସୂଚନା ଦେଇଥିଲେ ସାଇବର ଅଧିକାରୀ ।

ଯଦି କୌଣସି ସାଇବର କ୍ରାଇମ କାହା ସହିତ ଘଟିଛି ତା’ହେଲେ ପ୍ରଥମେ ୧୯୩୦ ନମ୍ବରରେ ଡାଏଲ କରି ଅଭିଯୋଗ ଦାୟର କରିବାକୁ ପଡ଼ିିବ ନଚେତ ପାଖେଥିବା ସାଇବର ଥାନାକୁ ଯାଇ ଅଭିଯୋଗ ଦାଖଲ କରିବାକୁ ଅଧିକାରୀ ପରାମର୍ଶ ଦେଇଥିଲେ । ସେହିପରି ଯଦି ମୋବାଇଲ ହଜୁଛି ତା’ହେଲେ ପ୍ରଥମେ ଥାନାରେ ଏତଲା ଦେବା ପରେ ସିଇଆଇଆର୍‌ ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ପାଣିଗ୍ରାହୀ ।