1. Big News : ବିପୁଳ ପରିମାଣର କଫସିରଫ ଜବତ, ୫୭ ଜଣଙ୍କୁ ଗିରଫ

0
74
ବିପୁଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୨୩/୦୮) : ବରଗଡ଼ରେ ବୃଦ୍ଧି ପାଉଛି ନିଶା କାରବାର । ବିପୁଳ ପରିମାଣର କଫସିରଫ ଜବତ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ।

ବରଗଡ଼ ଏସପି ବରଗଡ଼ ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ବିଭିନ୍ନ ସ୍ଥନାରେ ଚଢାଉ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ପକ୍ଷରୁ ୭,୮୦୦ଟି କଫ ସିରଫ ଜବତ କରିବା ସହ ୫୭ ଜଣ ବ୍ୟବସାୟୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ଏନେଇ ବରଗଡ ପୋଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଲନୀରେ ସୂଚନା ଦେଇଛନ୍ତି ବରଗଡ ଅତିରିକ୍ତ ଏସପି ତପନ କୁମାର ମହାନ୍ତି ।