1. Best News : ଚକା ଫାଟିଯିବାରୁ ଗଛରେ ପିଟି ହେଲା ଟାଟା ଏସି; ୨୭ ଶ୍ରମିକ ଆହତ

0
74
ଚକା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୩/୦୮) : ଚକା ଫାଟି ଯିବାରୁ ଗଛରେ ପିଟି ହେଲା ଟାଟା ଏସି । ଦୁର୍ଘଟଣାରେ ୨୭ ଜଣ ଶ୍ରମିକ ଆହତ ହୋଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଜୁଡ଼ାମ୍ବ ଘାଟିରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅଧିନ ଜଡିପଦା ଗ୍ରାମରୁ ଧାନ ବିଲରେ କାମ କରିବାକୁ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟାଟା ଏସି ଗାଡି ଆଜି ସକାଳେ ଭଦ୍ରକ ଜିଲ୍ଲା ବନ୍ତ ନିକଟ କେନ୍ଦୁଆ ଗ୍ରାମକୁ ଆସୁଥିଲା । ଏହି ସମୟରେ ଜୁଡାମ୍ବ ଘାଟି ନିକଟରେ ଗାଡ଼ିର ଏକ ଚକା ଫାଟି ଯାଇଥିଲା ।

ଚକା ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ଗଛରେ ପିଟି ହୋଇଯାଇଥିଲା ।ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।