1. Best News : ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ନୁଆଁ ବସଷ୍ଟାଣ୍ଡ ର ଭିତ୍ତିପ୍ରସ୍ତର ସ୍ଥାପନ

0
56
ମୁଖ୍ୟମନ୍ତ୍ରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୦୮) : ବୁଧବାର ସନ୍ଧ୍ୟା ରେ ସୋନପୁର ନୂଆ ଟାଉନହଲ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମ ରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ର ସ୍ଥାପନ କରାଯାଇଛି lWhatsApp Image 2023 08 24 at 09.21.33 1. Best News : ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ନୁଆଁ ବସଷ୍ଟାଣ୍ଡ ର ଭିତ୍ତିପ୍ରସ୍ତର ସ୍ଥାପନ

ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଆଜି ଏକ ଭବ୍ୟ ଆୟୋଜନ କରାଯାଇଥିଲା l ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ପୌରଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜିଲ୍ଲାପାଳ ଡ଼ଃ. ଇପସିତା ପ୍ରିୟଦର୍ଶନୀ ମିଶ୍ର ଯୋଗ ଦେଇଥିଲେ l ଜିଲ୍ଲା ପରିଷଦ ସିଡିଓ ଅଶ୍ୱିନୀ କୁମାର ମେହେର, ଆରଟିଓ ଅକ୍ଷୟ କୁମାର ଜେନା ଓ ପୌର ଅଧିକାରୀ ସୁର୍ୟାଂଶୁ ରୁଟ ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଫଳ କରାଯାଇଥିଲା l

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ: ୫ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ ସ୍ଥାପନ ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା, ସହରର ସମସ୍ତ ବୁଦ୍ଧିଜୀବୀ, ସାଂସ୍କୃତିକ ଅନୁଷ୍ଠାନର ସଭ୍ୟ, ତଥା ସହରବାସୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା l ସେହିପରି ଜିଲ୍ଲାର ବିନିକା ଓ ଉଲୁଣ୍ଡା ଠାରେ ତିଆରି ହୋଇଥିବା ଦୁଇଟି ନୂତନ ବସଷ୍ଟାଣ୍ଡର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହୋଇଯାଇଛି l

ଉଲୁଣ୍ଡାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡିଓ ଶ୍ରୀମତୀ ବେଶ୍ରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝାସକେତନ ବଘାର ପ୍ରମୁଖଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଓ ବିନିକାରେ ୨କୋଟି ୯୬ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ନୂତନ ବସ ଷ୍ଟାଣ୍ଡ ର ଉଦଘାଟନ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ, ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ବିଡ଼ିଓ ଆନନ୍ଦ ଚନ୍ଦ୍ର ଦାଶ, ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ/ସଦସ୍ୟା ଓ ଜନସାଧାରଣ ଏହି ଭବ୍ୟ ଉତ୍ସବରେ ଉପସ୍ଥିତ ଥିଲେ l