1. Best News : କାଶୀନଗର ୧୬୦ ଏସେଚଜି ରୁ ଅଧେ ସ୍ଥାଣୁ : ବଡ଼ ଧରଣ ଦୁର୍ନୀତି ଅଭିଯୋଗ

0
58
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୮) : କାଶୀନଗର ଏନଏସି ରେ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଅଧାରୁ ଅଧିକ ସ୍ଥାଣୁ ପାଲଟିଛି, ଏତଦ ବ୍ୟତୀତ ଏକ ବଡ଼ ଧରଣ ର ଘୋଟଲା ହୋଇଥିବା ଏସେଚଜି ଦଳ ମାନେ ଅଭିଯୋଗ କରିଛନ୍ତି ।

ଏସେଚଜି ଗ୍ରୁପ ମାନଙ୍କୁ ଖାତା, ଷ୍ଟାମ୍ପ ପେଡ, କଲମ ଓ ସିଲ ଯୋଗାଇଦେବାକୁ କୁଆଡେ ଏନ ଏ ସି ର ସି ଇ ଓ ମୋହାଦାୟା ପ୍ରତ୍ୟେକ ଗ୍ରୁପ ପାଖରୁ ୧୨୦୦ ଟଙ୍କା ଦାବୀ କରି ନେଇଥିବା ଗ୍ରୁପ ମହିଳା ମାନେ ଅଭିଯୋଗ କରିଛନ୍ତି, ଏକଥାକୁ ନେଇ ଗଣ ମାଧ୍ୟମ ପ୍ରତିନିଧି ମାନେ ଇ ଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଖୋଦ ମ୍ୟାଡ଼ାମ ଙ୍କୁ ମଧ୍ୟ ଯୋଗାଯୋଗ କରିବାରେ ସେ ୧୨୦୦ ଯାଗାରେ ୧୧୦୦ ଲେଖାଏଁ ନିଆଯାଇଥିବା ପରୋକ୍ଷ ରେ ସ୍ୱୀକାର କରିଛନ୍ତି ।

ଯଦିଓ ଖାତା ଟି ଏ କଲମ ଷ୍ଟାମ୍ପ ପ୍ୟାଡ଼ ଓ ସିଲ ସହ ଗ୍ରୁପ ପିଛା ୫୦୦ ଲେଖାଏଁ ହେଲେ ବଳକା ଟଙ୍କା କାହା ସ୍ୱାର୍ଥରେ ଆଦାୟ କରାଯାଇଛି ତାହା ତଦନ୍ତ ସାପେକ୍ଷ ? ଏଭଳିକି କି ଏନ ଏ ସି ଥିବା ୧୬୦ ଟି ଗ୍ରୁପ ମଧ୍ୟରୁ ଶାସକ ଦଳ ର ହାତ ବାରିସୀ ହୋଇଥିବା ଗ୍ରୁପ ନାମ ରେ ମୁକ୍ତା ଯୋଜନା ରେ କାର୍ଯ୍ୟାଦେଶ ଦିଆଯାଇଥିବା ଜଣା ପଡିଛି, ପରୋକ୍ଷ ରେ ନେତା ମାନେ ସେମାନଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ରହିଛି, ସେପଟ ସରକାର ମହିଳା ସଶକ୍ତି କରଣ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ତଳ ସ୍ତର ରେ ଏଭଳି ବାଟ ମାରଣା ହେଉଛି, ଏଣୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।