1. Big News : ନିଆଁ ଲାଗି ଜଳିଗଲା ଯାତ୍ରୀ ବାହୀ ବସ, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ଵ ଯାତ୍ରୀ

0
62
ନିଆଁ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୪/୮) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଟ୍ରାଫିକ ଛକ ନିକଟରେ ଆଜି ସକାଳ ୬. ୩୦ ମିନିଟ ସମୟରେ CG17KS 7719 ରେଜିଷ୍ଟେସନ ନମ୍ବର ଥିବା ଗୁପ୍ତା ଟ୍ରାଭେଲସ୍‌ ନାମକ ଏକ ଘରୋଇ ବସରେ ନିଆଁ ଲାଗିଯାଇଛି ।WhatsApp Image 2023 08 24 at 18.56.22 1. Big News : ନିଆଁ ଲାଗି ଜଳିଗଲା ଯାତ୍ରୀ ବାହୀ ବସ, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ଵ ଯାତ୍ରୀ

ନିଆଁ ଲାଗି ଜଳିଗଲା ଯାତ୍ରୀ ବାହୀ ବସ : ବସଟି ହାଇଦ୍ରାବାଦରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟସ୍ଥ ଦେଓ ଭୋଗ ଯାଉଥିବା ବେଳେ ଭୋର ୬. ୩୦ମି. ସମୟରେ ଡ୍ରାଇଭର ଚାହା ପିଇବା ପାଇଁ ବୋରିଗୁମ୍ମା ଛକରେ ଗାଡି ରଖିଥିଲେ । ଏହି ସମୟରେ ଗାଡିର ହେଲପର ଗାଡିର ବାମପଟ ପଛଚକାରୁ ଧୂଆଁ ବାହାରୁଥିବା ଦେଖି ସମସ୍ତ ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଇବା ପାଇଁ କହିଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀ ପ୍ରାୟ ୧ କିଲୋମିଟର ଦୂରବର୍ତ୍ତୀ ଅଗ୍ନିଶମ ବିଭାଗରୁ ଫୋନ କରିଥିଲେ । ଏହାର ପ୍ରାୟ ୪୫ ମିନିଟ ପରେ ଅଗ୍ନିଶମ ଗାଡି ପହଞ୍ଚିଥିଲା । କିନ୍ତୁ ସେତିକିବେଳକୁ ବସଟି ଜଳି ସାରିଥିଲା ।

ବସରେ ଥିବା ସମସ୍ତ ଲଗେଜ୍ ଓ ଟଙ୍କା ଇତ୍ୟାଦି ମଧ୍ୟ ଜଳି ଯାଇଥିଲା । ଅନ୍ୟ ଏକ ବସ୍ ଯୋଗେ ଯାତ୍ରୀ ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ପଠାଯାଇଥିବା ବେଳେ ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡିନାହିଁ । ତେବେ ଉପାନ୍ତ ଅଞ୍ଚଳରେଯାତ୍ରୀବାହୀ ଗାଡି ଗୁଡ଼ିକୁ ଦିଆ ଯାଉଥିବା ଫିଟ୍‌ନେସ୍ ସାର୍ଟିଫିକେଟ ଗୁଡ଼ିକ ଉପରେ ବୁଦ୍ଧିଜୀବି ମାନେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ନୂଆରେ ତିଆରି ୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ସମତଳ ଥିବା ବେଳେ ଅଧିକାଂଶ ସରକାରୀ ଓ ଘରୋଇ ବସ୍ ରେ ଯାତ୍ରା କଲା ବେଳେ ଜାର୍କିଂ କାହିଁକି ହେଉଛି ବୋଲି ବୁଦ୍ଧିଜୀବି ମାନେ ପ୍ରଶ୍ନ ଉଠାଇଛନ୍ତି ।ଯାତ୍ରି ବାହୀ ବସଗୁଡିକୁ ଫିଟନେସ୍ ସାର୍ଟିଫିକେଟ ପ୍ରଦାନ ସମୟରେ କଡାକଡି ଭାବେ ଗାଡିର ସଠିକ ମରାମତି ଯାଞ୍ଚ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।