1. Big News : ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ ପାଇଁ ସାମ୍ବାଦିକ ସମ୍ମିଳନୀ

0
56
ସୁବର୍ଣ୍ଣପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୮) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ସୁବର୍ଣ୍ଣପୁର ସିନିଅର ଫୁଟବଲ ଲିଗ -୨୦୨୩ ଅଗଷ୍ଟ ୨୫ ତାରିଖ ଶୁକ୍ରବାର ଠାରୁ ଆରମ୍ଭ କରାଯିବ lWhatsApp Image 2023 08 25 at 09.44.19 1 1. Big News : ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ ପାଇଁ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର ଜିଲ୍ଲାର ବିନିକା, ତରଭା, ଉଲୁଣ୍ଡା, ବିରାମହରାଜପୁର, ଡୁଙ୍ଗୁରିପାଲି ଏବଂ ସୋନପୁର ପୌର ପରିଷଦକୁ ନେଇ ୭ ଗୋଟି ଜୋନ ରେ ଏହା ବିଭକ୍ତ କରାଯାଇଛି । ଜୋନ ସ୍ତରରେ ଏହି ମ୍ୟାଚ ଆସନ୍ତା ୨୫ତାରିଖରୁ ଆରମ୍ଭ ହେବ । ଏଥିରେ ମୋଟ ୮୩ ଟି ଦଳ ଅଂଶ ଗ୍ରହଣ କରିବେ । ଜୋନସ୍ତରରେ ଚମ୍ପିୟନ ଦଳକୁ ନେଇ ସମସ୍ତ ଲିଗ ମ୍ୟାଚ ସେପ୍ଟେମ୍ବର ୬ ତାରିଖରୁ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୫ ତାରିଖ ପ୍ରଥମ ସେମିଫାଇନାଲ ଏବଂ ୧୬ ତାରିଖ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ସୋନପୁର ରୟାଲ ପଡିଆ ରେ ଅନୁଷ୍ଠିତ ହେବ ।

ଏବଂ ୧୭ ତାରିଖ ଦିନ ସୋନପୁର ରୟାଲ ପଡିଆରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ମଝିପଡ଼ା ରାମଃଧୁନ କ୍ଳବ କାଳୀପୂଜା ମଣ୍ଡପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଜିଲ୍ଲା କ୍ରୀଡ଼ା ସଂଘ ଉପ -ସଭାପତି ଚିତ୍ତରଞ୍ଜନ ତରାସିଆ,ଫୁଟବଲ ସମ୍ପାଦକ ରାଜୀବ ସାହୁ ଉପଦେଷ୍ଟା କଇରୁ ସ୍ୱାଇଁ, ଗୌରୀଶ୍ୟାମ ପଣ୍ଡା, ପୁରୁଷୋତ୍ତମ ପାଣିଗ୍ରାଗହୀ, ବଳରାମ ପଟ୍ଟନାୟକ, ଗତିକୃଷ୍ଣ ମିଶ୍ର, ଦିଗାମ୍ବର ଶତପଥୀ, ଦିଲ୍ଲୀପ ଗୁରୁ, କୃଷ୍ଣ ଚନ୍ଦ୍ର ବାଘ, କମଳାକାନ୍ତ ସାହୁ ପ୍ରମୁଖ ସାମ୍ବାଦିକ ସମିଳନୀରେ ଉପସ୍ଥିତ ଥିଲେ l

ଏହାର ସୁଦୂର ପ୍ରଚାର ପ୍ରସାର କରି ଖେଳାଳି ଙ୍କ ଉତ୍ସାହ ବଢ଼ାଇବାକୁ ସାମ୍ବାଦିକ ଙ୍କ ସହଯୋଗ କାମନା କରିବା ସହ ଜ଼ିଲ୍ଲା ପ୍ରଶାସନ ର ସହଯୋଗ କୁ ମଧ୍ୟ ଏହି ଉପଦେଷ୍ଟା ମଣ୍ଡଳୀ ସାଧୁବାଦ ଜଣାଇଥିଲେ l ଗ୍ରାମାଞ୍ଚଳ ର ଲୁକ୍କାୟିତ କ୍ରୀଡା ପ୍ରତିଭା ଙ୍କୁ ରାଜ୍ୟ ଓ ଜାତୀୟ ସ୍ତର ଲିଗ କୁ ପହଞ୍ଚାଇବା ଓ ଫୁଟବଲ କୁ ଜନାଦୃତ କରିବା ଲକ୍ଷ୍ୟ ନେଇ ଦୀର୍ଘ ୨୮ ବର୍ଷ ପରେ ଜ଼ିଲ୍ଲା କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ଏଭଳି ଏକ ପ୍ରୟାସ ଓ ଟୁର୍ଣ୍ଣାମେଣ୍ଟ କୁ ସହର ତଥା ଜିଲ୍ଲା ର ବୁଦ୍ଧିଜୀବୀ କ୍ରୀଡ଼ାପ୍ରେମୀ ପ୍ରଶଂସା କରିଛନ୍ତି l