1. Big News : କୁଟୀଙ୍ଗଗୁଡା ନାଳରେ ଭାସି ଯୁବତୀ ଙ୍କ ମୃତ୍ୟୁ

0
92
କୁଟୀଙ୍ଗଗୁଡା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୫/୮) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଂକରଡ଼ା ପଞ୍ଚାୟତ ଅନ୍ତର୍ଗତ ତୟାପୁଟ ଗ୍ରାମ ପାଖରେ ଥିବା କୁଟୀଙ୍ଗଗୁଡା ନାଳ ର ବ୍ରିଜ ପାଖରେ ବାଲି ବାହାର କରି ଟ୍ରାକ୍ଟର ରେ ଭରୁଥିବା ସମୟରେ ହଠାତ କୁଟୀଙ୍ଗଗୁଡା ନାଳ ରେ ପାଣି ଆସିବାରୁ ଦୁଇ ଜଣ ଯୁବତୀ ପାଣି ର ପ୍ରଖର ସ୍ରୋତ ରେ ଭାସିଯାଇଥିଲେ ।

କୁଟୀଙ୍ଗଗୁଡା ନାଳରେ ଭାସି ଯୁବତୀ ଙ୍କ ମୃତ୍ୟୁ : ଜଣେ କୌଣସି ପ୍ରକାରେ ପାଣି ର ସ୍ରୋତ ରୁ ବାହାରି ଆସିଥିଲା ଅନ୍ୟ ଯୁବତୀ ଜଣ ଙ୍କ ଗଭୀର ପାଣି ସୁଅ ରେ ଭାସି ଜାଇ ମୃତ୍ୟୁବାରଣ କରିଥିଲେ । ଏହି ସମୟ ରେ ରାୟଗଡା ଜିଲ୍ଲା ପରିଷଦ ର ପୂର୍ବତନ ସଭାପତି ଶ୍ରୀ ଗଙ୍ଗାଧର ପୁଆଲା ମୋହଦୟ ଏହି ରାସ୍ତା ଦେଇ ଯିବା ସମୟରେ ଏହି ବିଷୟରେ ଜାଣି ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଯୁବତୀଙ୍କ ଶବ ଉଦ୍ଧାର ପାଇଁ ଟିକିରି ଦମକଳ କେନ୍ଦ୍ର କୁ ଫୋନ କରିଥିଲେ l ପରେ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ମୃତ ଯୁବତୀ କୁ ଉଦ୍ଧାର କରିଥିଲେ ।

ଗଙ୍ଗାଧର ଟିକିରି ଥାନା ଅଧିକାରୀ ଏବଂ କାଶୀପୁର ତହସିଲଦାରଙ୍କୁ ଯୋଗାଯୋଗ କରି ଏକ ଆମ୍ବୁଲାନ୍ସ ମାଧ୍ୟମରେ କାଶୀପୁର ମେଡିକାଲକୁ ସ୍ଥାନାନ୍ତର କରେଇବା ସହ ଉପଜିଲ୍ଲାପାଳ ମୋହଦୟଙ୍କୁ ଫୋନ ମାଧ୍ୟମରେ ଜଣେଇ ଉଚିତ ଅନୁକମ୍ପା ରାଶି ପାଇଁ ଜଣେଇଲେ । ମୃତ୍ୟୁ ଶ୍ରମିକ ଯୁବତୀ ଜଣକ ଗୋରଖପୁର ପଞ୍ଚାୟତ ଘୁମୁରାପୁଟ ଗ୍ରାମର ବୋଲି ଜଣା ପଡିଛି ।

ଗଙ୍ଗାଧର ପୁଆଲା ମୋହଦୟଙ୍କ ଏହି ମହାନ ମାନସିକତା କାମକୁ ସମଗ୍ର ଟିକିରି ଅଞ୍ଚଳ ସହିତ ରାୟଗଡା ବାସୀ ଅଶେଷ ଅଶେଷ ଧନ୍ୟବାଦ ର ସୁଅ ଚୁଟିବାରେ ଲାଗିଛି । ସବୁବେଳେ ଏମିତି ସୁଖ ଦୁଃଖର ସାଥିହେଇ ଆମ ସହ ରୁହନ୍ତୁ । ଭଗବାନ ଆପଣଙ୍କୁ ଯଥେଷ୍ଟ ସାହସ ଏବଂ ଶକ୍ତି ଦିଅନ୍ତୁ ଏମିତି ମହତ୍ୱ କାମ କରିବା ପାଇଁ ବୋଲି ଜନସାଧାରଣ ପୁଆଲା ଙ୍କୁ ଆଶୀର୍ବାଦ କରିବାରେ ଲାଗିଛନ୍ତି ।